ହେଡଲାଇନସ୍:

ବ୍ରାହ୍ମଣ ସିତାପୁର ଗ୍ରାମରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସିତାପୁର ଗ୍ରାମରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ଗୁରାଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ନୂତନ) ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏବଂ ପରିଚାଳନାରେ ଏକ ସଚେତନତା ସଭା ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ଅନୁଷ୍ଠାନ "ପ୍ରଗତି" ମହିଳା ସଂଗଠନ ପାରଳାଖେମୁଣ୍ଡି , ମିଳିତ ଆନୁକୁଲ୍ୟରେ ଏହି ସଭା ଏବଂ ନଗର ସଚେତନତା ରାଲି ଅନୁଷ୍ଠିତ ହୋଇସାରିଛି। ବେଳହୁଁ ସାବଧାନ ହେଲେ କ୍ୟାନସରରୁ ମୁକ୍ତି ପାଇବା ଏବଂ ଟିକିଏ ଶାରିରୀକ ସମସ୍ୟା ଦେଖିଲେ ପ୍ରତିଟି ମୁହୁର୍ତ୍ତ ଡାକ୍ତର ଓ ଚିକିତ୍ସାଳୟ ସହ ଯୋଗାଯୋଗ ନିତାନ୍ତ ଜରୁରୀ ବୋଲି ସୁଶ୍ରୀ ପାଢ଼ୀ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ , ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ସମାଜସେବୀ ଭାଗବତ ପାଢ଼ୀ , ପ୍ରଗତିର ସଭାନେତ୍ରୀ ଡି.ପ୍ରିୟଙ୍କା , ଉପ ସଭାନେତ୍ରୀ ମାନସୀ ପଣ୍ଡା , ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା , ଆଶା କର୍ମୀ ଏନ୍. ତ୍ରିବେଣୀ , ପ୍ରଗତିର ଉପେଦେଷ୍ଟା ଡି.ମୋହନ ରାଓ , ବିଷ୍ଣୁ ମଣ୍ଡଳଙ୍କ ସମେତ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଗଣ ଯୋଗଦାନ କରିଥିଲେ।

0
0
0
s2sdefault