ହେଡଲାଇନସ୍:

ରାଜନୈତିକ ରାଲିକୁ ନେଇ fb ଯୁଦ୍ଧ ; ଥାନାରେ ମାମଲା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ : ଗତ ୧ ତାରିଖ ଦିନ ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି ବିରୋଧରେ ସହରରେ ଏକ ବିରାଟ ରାଲି ହୋଇଥିଲା । ଏହି ରାଲିରେ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିଲେ। କିଛି ସଂଖ୍ୟାଲଘୁର ମହିଳା ମଧ୍ୟ ଏହି ରାଲୀରେ ସାମିଲ ହୋଇଥିଲେ । ଏହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି କାର୍ଯ୍ୟକ୍ରମ ପରେ ଭଦ୍ରକ ନବ ନିର୍ମାଣ ଛାତ୍ର ସଙ୍ଗଠନର କର୍ମୀ ଜାନ ଖାଁ ଫେସବୁକ ରେ ଏକ ପୋଷ୍ଟ କରିଥିଲେ କି ଆମ ଧର୍ମରେ କୌଣସି ମହିଳା ମସଜିଦ କିମ୍ବା ରାଜନୈତିକ ରାଲିରେ ଯିବାର ନିୟମ ନାହିଁ, ଯେଉଁ ନାରୀନେତ୍ରୀ ମାନେ ସେମାନଙ୍କୁ ନେଇକି ଯାଉଛନ୍ତି ସେମାନେ ଆତ୍ମଘୋଷିତ ଆଉ ଆମ ଧର୍ମ ବିରୋଧରେ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି l ଏହି ଘଟଣାକୁ ନେଇ ଶାସକ ଦଳର ନେତ୍ରୀ ତଥା ବିଜୁ ମହିଳା ଦଳର ରାଜ୍ୟ ସଂପାଦିକା ତାହେରା ଖାତୁନ ଓ ତାଙ୍କର କିଛି ସହଯୋଗୀ ନବ ନିର୍ମାଣ ଛାତ୍ର ସଂଗଠନର ସଦସ୍ୟ ଜାନ ଖାଁ ଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯିବାପରେ ଏବେ ରାଜନୀତି ସରଗରମ ହୋଇଛି । ଏପରି ଘଟଣାକୁ ନେଇ ନବନିର୍ମାଣ ଛାତ୍ର ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଭଦ୍ରକର ଉନ୍ନତିମୂଳକ କାର୍ଯ୍ୟ ଆଳରେ ହେଉଥିବା ଦୁର୍ନୀତି ବିଷୟରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟ ଜାନ ଖାଁ ବାରମ୍ବାର ସୋସିୟାଲ ମିଡିଆ ଜରିଆରେ ଜନସାଧାରଣଙ୍କ ନଜରକୁ ଆଣୁଥିଲେ । ଯାହା ଶାସକ ଦଳର ନେତାମାନଙ୍କ ହଜମ ହେଲା ନାହିଁ । ଏହି ଘଟଣାର ଆଳ ଦେଖାଇ ଉକ୍ତ ଯୁବକଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହିତ ଜୀବନରୁ ମାରିବାର ଧମକ ଦେବା ପଛରେ କାହାର ହାତ ରହିଛି ବୋଲି ସଙ୍ଗଠନର ରାଜ୍ୟ ସଂଯୋଜକ ମନୱlର ଅଲ୍ଲୀ ପ୍ରଶ୍ନ କରିଛନ୍ତି । ଜାନ ଖାଁ ଏବଂ ତାଙ୍କ ମା ପୁରୁଣାବଜାର ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଏତଲା ଦାୟର କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ମାମଲା ରୁଜୁ କରିଥିଲେ ହେଁ ଶାସକ ଦଳର ଚାପରେ ଅଭିଯୁକ୍ତ ମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ ଫଳରେ ଅଭିଯୁକ୍ତ ମାନେ ଜାନ ଖାଁଙ୍କୁ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି । ତେବେ ଆସନ୍ତା ୭ ଦିନ ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ ଏସପି ଅଫିସ ସାମନାରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ଏହି ଘଟଣା ଏବେ ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

0
0
0
s2sdefault