ହେଡଲାଇନସ୍:

"ସିସିଡି" ତରଫରୁ ଚାଷୀଙ୍କ ସଚେତନତା ପାଇଁ ସଚେତନ ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଆନୁକୂଲ୍ୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ଠାରେ ଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ମଣ୍ଡିରେ ମାଣ୍ଡିଆ ବିକ୍ରି ପାଇଁ ଏକ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି। ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ରଥ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ବୁଲି ସଚେତନତା କରିବ । ଏହି ସଚେତନ ରଥକୁ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ ସବୁଜ ପତାକା ଦେଖା ଏହାକୁ ଶୁଭାରମ୍ଭ କରିଥିଲେ ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ପକ୍ଷରୁ କୁହାଯାଇଛି ଯେ, ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକରେ ମାଣ୍ଡିଆ ଚାଷ ଚାଷୀମାନଙ୍କୁ ଜୀବିକା ଯୋଗାଇଛି । ମିଲେଟ୍ ମିଶନ ଜରିଆରେ ଏହି ଚାଷକୁ ବ୍ୟାପକ କରାଯାଇଛି ।
ଏହି ବର୍ଷ ଗୁମ୍ମା ବ୍ଲକରେ ୫୬୭ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି । ବିଗତ ଦିନରେ ସରକାରୀ ପ୍ରୋତ୍ସାହନର ଅଭାବ ଓ ବଜାରିକରଣ ଚାହିଦା ନଥିବାରୁ ମାଣ୍ଡିଆ କେବେଳ ଆଦିବାସୀ ଲୋକଙ୍କ ଖାଦ୍ୟରେ ସୀମିତ ଥିଲା । ଆଦିବାସୀ ଉନ୍ନୟନ ସମବାୟ ସମିତି ଚାଷୀଙ୍କ ଠାରୁ ସ୍ଥାନୀୟ ମଣ୍ଡି ଯୋଗେ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ସଂଗ୍ରହ କରିଥିବାରୁ ଚାହିଦା ବଢୁଛି । ଏହା ସହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ପୈଠ ହେଉଥିବାରୁ ଆଦିବାସୀ ଚାଷୀମାନେ କିଛିମାତ୍ରାରେ ସଫଳ ପାଇପାରୁଛନ୍ତି କିନ୍ତୁ ଅନ୍ୟ କେତେକ ଚାଷୀ ବାହାରେ ସାହୁକାର ଓ ଅନ୍ୟ ବ୍ୟବସାୟୀଙ୍କୁ ବିକ୍ରିକରି କ୍ଷତି ସହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସିସିଡି ଅନୁଷ୍ଠାନର ଅତିରିକ୍ତ ବ୍ଲକ ସଂଯୋଜକ ପ୍ରଦୀପ ଗମାଙ୍ଗ ଚାଷୀମାନଙ୍କୁ ସର୍ବନିମ୍ନ ମୂଲ୍ୟ ଓ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ଡକ୍ୟୁମେଣ୍ଟ ଉପରେ ଉକ୍ତ ରଥ ସଚେତନତା କରିବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ବିଏଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault