ହେଡଲାଇନସ୍:

ବିକାଶ ପ୍ରହସନ : ଉପାନ୍ତ ଅଂଚଳରେ କେବେ ଆରମ୍ଭ ହେବ ମୋବାଇଲ ସେବା !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪୦ହଜାରରୁ ଅଧିକା ଲୋକ ସେବା ରୁ ବଂଚିତ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ବିଷମ କଟକ ଆଦିବାସୀ ଅଧ୍ୟୁଷିତ ବିଷମ କଟକ ବ୍ଲକର ଦୁର୍ଗମ ସାହାଡା ପଂଚାୟତ ର ଉନ୍ନତିରେ ବାଧକ ସାଜିଛି ମୋବାଇଲ ନେଟୱାର୍କ ସମସ୍ୟା । ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ,ମନ୍ତ୍ରୀ ,ସାଂସଦ,ବିଧାୟକ ଙ୍କ ନିକଟରେ ନିୟମିତ ଗୁହାରି କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିଲା ନି ମୋବାଇଲ ସେବା । ଫଳରେ ସାହାଡା ସମେତ ତାର ଆଖପାଖରେ ରହିଥିବା ୪ଟି ଗ୍ରାମ ପଂଚାର ର ଲୋକେ ଏହି ସେବା ରୁ ବଂଚିତ ହୋଇ ରହିଛନ୍ତି । ଏହି ପଂଚାୟତ ଗୁଡିକରେ ବସବାସ କରୁଥିବା ୪୦ହଜାର ରୁର୍ଦ୍ଧ ଲୋକେ ସ୍ୱାସ୍ଥ୍ୟ,ଶିକ୍ଷା,ବ୍ୟାଙ୍କିଙ୍ଗି ଏବଂ ସରକାରୀ ଯୋଜାନରୁ ସଂପୂର୍ଣ୍ଣ ବଂଚିତ ହୋଇ ରହିଛନ୍ତି । ଜିଲ୍ଲାର ସବୁଠୁ ଆଗୁଆ ଏବଂ ଅଗ୍ରଣି ବ୍ଲକ ଭାବେ ପରିଚିତ ବିଷମ କଟକ ବ୍ଳକରେ ର ୫ଟି ଗ୍ରାମ ପଂଚାୟତରେ କିନ୍ତୁ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ଅପହଂଚ ହୋଇ ରହିଛି ।ମୋବାଇଲ୍ ନେଟୱାର୍ର ଯୋଗାଇଦେବା ନିମନ୍ତେ ଟାୱାର ମାନ ସ୍ଥାପନ କରାଯାଇଥିଲେ ମଧ୍ୟ ଏହି ଟାବାର ଗୁଡିକୁ ଦୀର୍ଘ ବର୍ଷ ହେବ କାର୍ଯ୍ୟକ୍ଷମ କରାଯାଉନାହିଁ । ସରକାର ସମସ୍ତ ପ୍ରକାରର ଯୋଜାନରେ ଡିଜିଟାଇଜେସନ୍ କରି ଲୋକ ଙ୍କ ନିକଟରେ ଅତି ସୁବିଧାରେ ଯୋଜନାର ସୁଫଳ ପହଂଚାଇବା ର ବ୍ୟବସ୍ଥା କରିଥିବା ବେଳେ ଏହି ଗ୍ରାମ ପଂଚାୟତ ଗୁଡିକରେ ମୋବାଇଲ ସେବା ଯୋଗାଇଦେବା ସତେ ଯେମିତି ଭୂଲିଯାଇଛନ୍ତି । ଏହି ଅଂଚଳ ଗୁଡିକରେ ମୋବାଇଲସେବା ନଥିବାରୁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ସାହାଡା ଗ୍ରାମ ପଂଚାୟତ ସଦର ମହକୁମାରେ ମୋବାଇଲ ଟାୱାର ସ୍ଥାପନ ହୋଇଥିଲେ ସୁଦ୍ଧା ଦୀର୍ଘ ବର୍ଷ ହେବ ମୋବାଇଲ ସେବା ଯୋଗାଇଦିଆଯାଉନାହିଁ କି କାର୍ଯ୍ୟକ୍ଷମ କରାଯାଉନାହିଁ । ମୋବାଇଲସେବା କାର୍ଯ୍ୟକ୍ଷମ କରିବା ନିମନ୍ତେ ସାହାଡା ଗ୍ରାମର ପଂଚାୟତର ସରପଂଚ ଶ୍ରୀମତି କାଡ୍ରାକା,ବ୍ଲକ ଉପାଧ୍ୟକ୍ଷ ରମେଶ ପାଲକା ସମେତ ବହୁ ଗ୍ରାମ ବାସୀ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଏବଂ ନେତା ମନ୍ତ୍ରୀ ମାନଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ କିନ୍ତୁ ବର୍ତମାନ ସୁଦ୍ଧା କୌଣସି ସୁଫଳ ମିଳିଲା ନାହିଁ କି ନେଟୱାର୍କ ଚାଲୁ ହୋଇ ପାରିଲା ନାହିଁ । ଦେଶରେ ଗତ ଦୁଇ ବର୍ଷ ହେବ କରୋନା ସଂକ୍ରମଣ ରୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବାବେଳ ସରକାର ଅନ୍‌ଲାଇନ୍‌ରେ ଛାତ ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ହେଲେ ଏହି ଅଂଚଳର ହଜାର ହାଜର ଚାତ୍ର ଛାତ୍ରୀ ଦୁଇ ବର୍ଷ ହେବ ଶିକ୍ଷାଦାନ ରୁ ବଂଚତ ହୋଇ ରହିଛନ୍ତି । ଆହୁରି ମଧ୍ୟ ମୋବାଇଲସେବା ନଥିବାରୁ କୌଣସି ପ୍ରକାରର ବ୍ୟାଙ୍କ କାରବାର ହୋଇପାରୁନାହିଁ । ଯଦିଓ ଏହି ଗ୍ରାମ ପଂଚାୟତ ଗୁଡିକରେ ଗମନା ଗମନର ସୁବିଧାରହିଛି । କିନ୍ତୁ ମୋବାଇସେବା ନଥିବାରୁ ଏହି ପଂଚାୟତ ଗୁଡିକ ପଛୁଆ ଅଂଚଳ ଭାବେ ପରିଗଣିତ ହୋଇଛି । ଏହି ଅଂଚଳର ବିକାଶ ପାଇଁ ରହିଥିବା ବିଭିନ୍ନ ବିଭାଗିୟ ଅଧିକାରୀ ମାନଙ୍କ ସହ କୌଣସି କାଳେ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ନେଟୱର୍ାର୍କ ସୁବିଧା ନଥିବାରୁ କୌଣସି ସରକାରୀ ବାବୁ ମାନେ ଏ ଅଂଚଳରେ ରହିବା ନିମନ୍ତେ ମନ ବଳାଉନାହାନ୍ତି । ଅଧିକାଂଶ କ୍ଷେତ୍ର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ ନାଁରେ ସୁଇଚ୍ ଅପ୍ କରି ନିଜ ଘରେ ରହୁଛନ୍ତି । ଏହି ଗ୍ରାମ ପଂଚାୟତ ଗୁଡିକ ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ହୋଇଥିବା ବେଳେ ଏ ଅଂଚଳର ଲୋକ ଙ୍କୁ ବିକାଶ ର ଧାରା ରେ ସଂପୃକ୍ତି କରିବା ପାଇଁ ମୋବାଇଲ ଯୋଗା ଯୋଗ ଏକ ମାତ୍ର ମାଧ୍ୟମ । ତେଣୁ ଏ ଅଂଚଳରେ ତୁରନ୍ତ ମୋବାଇଲ ସେବା ଆରମ୍ଭ କରିବା ପାଇଁ ଅଚଳବାସୀ ଦାବି କରିଛନ୍ତି । ସରକାର ଯୁଦ୍ଧ କାଳିନ ଭିତିରେ ମୋବାଇଲ ଟାୱାର ମାନ ସ୍ଥାପନ କରିବା ନିମନ୍ତେ ନିର୍ଦ୍ଦେଶ ରହିଥିବା ସତ୍ୱେ ରାଜ୍ୟସରକାର ଏବଂ ବିଏସ୍‌ଏନ୍‌ଏଲ୍ କତୃପକ୍ଷ ଏଥି ପ୍ରତି କର୍ଣ୍ଣପାତ କରୁନଥିବାରୁ ଡିଜିଟାଲ ଇଣ୍ଡିଆ ଯୁଗରେ ବିଛିନାଂଚଳ ବାସୀ ଭଳି ଜୀବନ ବିତାଉଛନ୍ତି |

 

0
0
0
s2sdefault