ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର , ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ଗଜପତି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସ୍ ପି କାର୍ଯ୍ୟାଳୟ ଘେରାଉ କରାଯାଇଛି।
ଗୁୁୁରୁବାର ଦିନ ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ପ୍ରତିବାଦ ଓ ଘେରାଉ କରାଯାଇଛି। ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର , ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ଅଭିଯୋଗ କରି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସ୍ ପି କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି ।
ଏହି ପ୍ରତିବାଦ ସଭାରେ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , କାଶୀ ନଗର ବ୍ଳକ ଅଧ୍ୟକ୍ଷ ସି ଏଚ୍ ସୀମାଦ୍ରୀ , ବିଜେପି ଉପସଭାପତି ଜଗନ୍ନାଥ ମହାପାତ୍ର , କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ , ବିଜେପି ଜିଲ୍ଲା ସମ୍ପାଦିକା କେ. ପୁଣ୍ୟବତୀ , ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ କେ.ଯୁବ ରାଜ , ଅରୁଣିମା ସାହୁ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତାଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ଓ ପ୍ରତିବାଦ କରିବା ସହ ଗୃହମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ କୁଶ ପୁତ୍ତଳିକା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାହ କରିଥିଲେ।
ରାଜ୍ୟ
ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର , ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ଗଜପତି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସ୍ ପି କାର୍ଯ୍ୟାଳୟ ଘେରାଉ
- Hits: 352