ହେଡଲାଇନସ୍:

ଆଇଟିଡିଏ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଆଇଟିଡିଏ ସଭାଗୃହରେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ l ହେଲେ ଆଇଟିଡିଏ ସୁରେଶ ଚନ୍ଦ୍ର ପ୍ରଧାନ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେରାମ ହେମ୍ବ୍ରମଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ପ୍ରବଳ ବର୍ଷିବା ସହ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଆଉ ଲୁଟିବାର ସଂସ୍ଥା କରା ନ ଯାଉ ବୋଲି ତଗିତ୍ କରିଥିଲେ l ଏହା ସହ ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ଠିକାଦାର ଓ ଅଧିକାରୀ ମିଶି ନ ଖାଇ ଆଦିବାସୀଙ୍କ ହିତ ପାଇଁ ଖର୍ଚ୍ଚ କରିବାକୁ ଚେତାବନୀ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଲୋକସଭା ସାଂସଦ ନୀତିଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାଏକଙ୍କ ସମେତ ଆଇଟିଡିଏର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

0
0
0
s2sdefault