ହେଡଲାଇନସ୍:

ଜନଶୁଣାଣୀକୁ ଅଞ୍ଚଳବାସୀଙ୍କ ବିପୁଳ ସମର୍ଥନ , ଚୁକ୍ତି ଅପେକ୍ଷାରେ ହିଣ୍ଡଲକୋ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲକ୍ଷ୍ମୀପୁର :ବୈକୁଣ୍ଠ ଦୁରିଆ - କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ଧରାଡ଼ା ଠାରେ ୩ ଏମଟି ବକ୍ସାଇଟ ଖନନ ନିମନ୍ତେ ଆଜି ପରିବେଶ ପ୍ରଦୂଷଣ ମଞ୍ଜୁରୀ ନିମନ୍ତେ ଅଞ୍ଚଳବାସୀ ଙ୍କ ଜନମତ ଲୋଡ଼ା ଯାଇ ଥିଲା । ଏହି ଜନଶୁଣାଣୀ ରେ ସିଧାସଳଖ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହେଉ ଥିବା ଗାଁ ଲୋକେ ଯୋଗ ଦେଇ ଥିଲେ ତତସହିତ ଅଞ୍ଚଳର ଲୋକ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ । ଶହ ଶହ ଲୋକ ଏହି ଜନଶୁଣାଣୀ କୁ ବିପୁଳ ମାତ୍ରାରେ ସମର୍ଥନ ଜଣାଇ ତୁରନ୍ତ ଏଠାରେ ବକ୍ସାଇଟ ବିଷଧନା କାରଖାନା ପ୍ରତିଷ୍ଠା କରିବାକୁ ସବୁ ମହଲରୁ ଦାବି ଉପସ୍ଥାପନା କରି ଥିଲେ । ଆମ ଅଞ୍ଚଳରେ ବର୍ତ୍ତମାନ ପାଇଁ ବେରୋଜଗାରୀ ଏକ ପ୍ରଦୂଷଣ ଭଳି ଉଭା ହେଉଛି । ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନିୟ ଜଳ, ଜଳସେଚନ, ବୃକ୍ଷରୋପଣ, ଇତ୍ୟାଦି ଉପରେ କମ୍ପାନୀ ଗୁରୁତ୍ୱ ଦେଇ କାମ କରିବାକୁ ଦାବି ଜଣାଇ ଥିଲେ । ସମୁଦାୟ ୬ ଟି ଲିଖିତ ଓ ୨୧ ଜଣ ମୌଖିକ ଭାବେ ଅଭିଯୋଗ କରିଥିଲେ । ଜମି ବାଡ଼ି ହରାଇ ଆମେ ଦାଦନ ମୁହାଁ ହେଉଛୁ । ଆଶା କରି କମ୍ପାନୀ ହେବ ହେବ କହି ଦୀର୍ଘ ବର୍ଷ ଅପେକ୍ଷା କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସାକାର ହୋଇ ପାରୁ ନାହିଁ । ଅପେକ୍ଷାର ଅନ୍ତ ଘଟୁ ନାହିଁ । ସାରା ଭାରତ ବର୍ଷରେ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କୁ ନେଇ ବିରୋଧ କରୁଥିବା ବେଳେ ଆଜି ଆମେ ସ୍ୱାଗତ କରୁଛୁ ଯାହା ଏହି ସଭାରେ ଆପଣ ମାନେ ଅନୁଭବ କରୁ ଥିବେ ବୋଲି ଉପସ୍ଥିତ ଜନସାଧାରଣ ମଞ୍ଚାସିନ ପ୍ରଶାସନ ଓ କମ୍ପାନୀ କତ୍ତୃପକ୍ଷ କୁ କହି ଥିଲେ । ତେଣୁ ଆମେ ଏହି ଜରିଆରେ ସରକାରଙ୍କୁ ଦାବି ଜଣାଉଛୁ କି ତୁରନ୍ତ ଏଠାରେ କାରଖାନା ସ୍ଥାପନ ନିମନ୍ତେ କଞ୍ଚାମାଲ ଯୋଗାଇ ଦେବା ପାଇଁ ଚୁକ୍ତି ଘୋଷଣା କରନ୍ତୁ ନଚେତ ଆଜି ଅଞ୍ଚଳବାସୀ ଯେଉଁଭଳି ସମର୍ଥନ ଯାଇଛନ୍ତି ତାହା ପୁଣି ଅଗାମୀ ଦିନରେ ଅଲଟା ହେବ ବୋଲି ମତ ରଖିଛନ୍ତି ।

ଅନ୍ୟ ପକ୍ଷରେ ଯାହା ସବୁ ଉପସ୍ଥାପନ କରିଛନ୍ତି ତାହା ନିଶ୍ଚିତ ଭାବରେ କରାଯିବ ଏହା କମ୍ପାନୀ ର ପ୍ରଥମ କାମ ଏବଂ ସରକାରୀ ସମସ୍ତ ନିୟମକୁ ଅନୁସରଣ କରି କରାଯିବ ବୋଲି କହିଛନ୍ତି । ସରକାର ଙ୍କ ସହ ଆମର ଚୁକ୍ତି କୁ ନେଇ କଥାବାର୍ତ୍ତା ଚାଲିଛି ଓ ସରକାର ମଧ୍ୟ ଏଠାରେ କାରଖାନା ପ୍ରତିଷ୍ଠା ପାଇଁ ପଦକ୍ଷେପ ମାନ ନେଉଛନ୍ତି କାରଣ ଲୋକ ଯେଉଁଭଳି ଭାବେ ଚାହୁଁଛନ୍ତି କାରଖାନା ହେବା ନିହାତି ଆବଶ୍ୟକ ବୋଲି ଆଜି ର ଏହି ଜନଶୁଣାଣୀ ରେ କାରଖାନା ଆଡ଼ଭାଇଜର ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମିଶ୍ର ଉପସ୍ଥିତ ଜନସାଧାରଣ ଙ୍କୁ ଏପରି ପ୍ରତିଶ୍ରୁତି ଦେଇ ଥିବାରୁ ଲୋକଙ୍କ ମନରେ ଆଶା ଉଜ୍ଜ୍ଵଳିତ ହୋଇଛି । ଏହି ଅଞ୍ଚଳରେ ରେଡ଼ମଣ୍ଡ ପୋଣ୍ଡ ଓ ଆସପୋଣ୍ଡ କମ୍ପାନୀ ର ଦୁଇଟି ଅଂଶ ସ୍ଥାପନ ହେବ । ୧୫୦ ମେଘା ବିଦ୍ୟୁତ ଶକ୍ତି ମଧ୍ୟ ଉତ୍ପାଦନ କରାଯିବ । ଥରେ ଜନଶୁଣାଣୀ ହେଲେ ତାହାର ଅବଧି ହେଉଛି ୧୦ ବର୍ଷ । ଏହାର ଅବଧି ଶେଷ ହୋଇ ଯାଇ ଥିବା ହେତୁ ପୁନର୍ବାର ଏହା କରିବାକୁ ପଡୁଛି । ଆମକୁ ଶତପ୍ରତିଶତ ନହେଲେ ମଧ୍ୟ ୭୦ ଭାଗ କଞ୍ଚାମାଲ ସରକାର ଆମକୁ ଯୋଗାଇ ଦେଲେ ତୁରନ୍ତ ଏଠାରେ କମ୍ପାନୀ କାମ ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହା ଶୁଣି ସଭାରେ ଉପସ୍ଥିତ ଥିବା ଜନସାଧାରଣ ଯଥାଶୀଘ୍ର ଚୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । ସଭାରେ ସଭାପତିତ୍ୱ କରି ଥିଲେ କୋରାପୁଟ ଜିଲ୍ଲା ଆଡିସନାଲ ମାଜିଷ୍ଟ୍ରେଟ ଶ୍ରୀ ରାଜେନ୍ଦ୍ର ମାଝୀ , ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଶ୍ରୀ ପ୍ରଶାନ୍ତ କର ଯୋଗ ଦେଇ ଥିଲେ । ସ୍ଥାନୀୟ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ରୁ ମଧ୍ୟ ଅନେକ ପଦାଧିକାରୀ ଯୋଗ ଦେଇଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲା । ସ୍ଥାନୀୟ ବିଧାୟକ ପ୍ରଭୁ ଯାନୀ , ଅଧ୍ୟକ୍ଷା ସୁଆଇ କୁଲେସିକା,ପୂର୍ବତନ ବିଧାୟକ କୈଳାସ କୁଲେସିକା, ସରପଞ୍ଚ ଆଲାଇ ହିକକା , ବିପିନ ମାଣ୍ଡିଙ୍ଗା, ଅଗସ୍ତି ହଲବା, ପାରଦା କୁଲେସିକା, ମହେଶ୍ବର ହିକକା ଓ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହି କମ୍ପାନୀ କୁ ବିପୁଳ ପରିମାଣରେ ସମର୍ଥନ ଜଣାଇଥିଲେ । କମ୍ପାନୀ ପକ୍ଷରୁ କମ୍ପାନୀ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟକାନ୍ତ ମିଶ୍ର, ଉପସଭାପତି ଡ଼ା.ରାମଚନ୍ଦ୍ର ରାଉତ, ସତ୍ୟସୁନ୍ଦର ସାହୁ, ସଞ୍ଜିତ ପଟେଲ ଉପସ୍ଥିତ ଥିଲେ । ଏପ୍ରକାର ସମର୍ଥନ ଦେଖି ଶ୍ରୀ ମିଶ୍ର ଅଞ୍ଚଳବାସୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

0
0
0
s2sdefault