ପଦ୍ମପୁର (ଶାସକପ୍ରଶାସକ)-ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ଆଶିର୍ବାଦ ଯାତ୍ରା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନକୁ ଯାଇ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଲକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଉଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ବିଶେଶ୍ୱର ଟୁଡୁ ପଦ୍ମପୁର ଗସ୍ତରେ ଆସିଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ କୁ ଯାଇ ସେଠାକାର ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ବିଜେପି କର୍ମୀ ମାନେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ମୋଟର ସାଇକେଲ ରାଲିରେ ପାଛୋଟି ଆଣି ପଦ୍ମପୁର ସହରର ଭେଉଁରିଆ ଛକଠାରେ ଭବ୍ୟ ସ୍ବାଗତ କରାଯାଇଥିଲା । ପଦ୍ମପୁର ସହରର ଟାଉନ ହଳ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପଦ୍ମପୁର ସହରର ନାଗରିକ କମିଟି, ବଣିକ ସଂଘ ତଥା ଅନ୍ୟାନ୍ୟ ସଂଗଠନ ମାନେ ଯୋଗଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ବଭିନ୍ନ ଦାବୀ ଉପସ୍ଥାପନ କରିଥିଲେ । ପଦ୍ମପୁର ଅଂଚଳ ଆଦିବାସୀ ବହୁଳ ଅଂଚଳ । ଏଠାକାର ଲୋକମାନେ ଜଙ୍ଗଳ ଜାତ ଦ୍ରବ୍ୟ ବିକ୍ରି କରି ଜୀବନ ଯାପନ କରିଥାନ୍ତି ତେଣୁ ପଦ୍ମପୁର ଅଂଚଳରେ ଏକ ଆଦିବାସୀ ବଜାର କରିବା ପାଇଁ ମୁଖ୍ୟ ଦାବି ହୋଇଥିଲା । ଏହା ସହ ପଦ୍ମପୁର ସହର ତଥା ଆଖପାଖ ଅଂଚଳକୁ ପିଇବା ପାଣି ଓ ଜମିକୁ ପାଣି ଯୋଗାଇ ଦେବାକୁ ମୁଖ୍ୟ ଦାବୀ ହୋଇଥିଲା । ଭାରତୀୟ ଜନତା ଦଳ ପଦ୍ମପୁର ତରଫରୁ ପଦ୍ମପୁରକୁ ମରୁଡି ଘୋଷଣା ପାଇଁ ମନ୍ତ୍ରୀଙ୍କଠାରେ ଦାବୀ ଜଣାଇଥିଲେ ବିଜେପିର ବିଭିନ୍ନ ମୋର୍ଚା ତରଫରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ, ଗୋବର୍ଦ୍ଧନ ଭୋଏ,ପ୍ରିତେଶ ବହିବାର ,ଶ୍ରୀକାନ୍ତ ପାଣିଗ୍ରାହୀ, ଚିନ୍ମୟ କୁମାର ପଣ୍ଡା, ସୌମ୍ୟଜିତ ପାଢୀ, ହରିହର ସିଂ, ପ୍ରତାପ ନାଥ, ସରୋଜ ପାଣିଗ୍ରାହୀ,ଜ୍ୟୋତ୍ସ୍ନାରାଣୀ କର,ନିଲାଞ୍ଚଲ ଦରଓ୍ବାନ ତଥା ଅନ୍ୟାନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ ।
ରାଜ୍ୟ
କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପଦ୍ମପୁର ଗସ୍ତ
- Hits: 1279