"ସୌର ଓ ଅକ୍ଷ ଶକ୍ତି ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଲେ "
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ହାଟ ମୁନିଗୁଡା ଠାରେ ଅବସ୍ଥିତ ରାମକୃଷ୍ଣ ଆଶ୍ରମରେ ଆଜି ରାୟଗଡ ଜିଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସୌର ଶକ୍ତି ସମ୍ପନ୍ନ ୧୫୦ ୱlଟ ପାୱlର ଗ୍ରୀଡ଼କୁ ଉଦଘାଟନ କରିଛନ୍ତି l ତୈଳ ଓ ପ୍ରାକୃତିକ ଗ୍ୟାସ କମ୍ପାନୀ ନୂଆଦିଲ୍ଲୀର ସାମାଜିକ ଦାୟିତ୍ୱ ବୋଧ (ସିଏସଆର) ପ୍ରୋତ୍ସାହନରେ ସ୍ଥାପିତ କରାଯାଇଛି l କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରlକୃତି ଗ୍ୟାସ ମନ୍ତ୍ରଣାଳୟର ପୂର୍ବତନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାୟଗଡ ଜିଲା ଗସ୍ତ ବେଳେ ପ୍ରତିଶୃତି ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି l ଏହି ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ ସୌର ଶକ୍ତି, ଅକ୍ଷଶକ୍ତି ଓ ଅବିରତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ l ପାରମ୍ପରିକ ଶକ୍ତି ଆଗକୁ ଦିନେ ନl ଦିନେ ସମାପ୍ତ ହେଇଯିବ ସେଥିପାଇଁ ଆମକୁ ଏବେଠୁ ସତର୍କତା ଅବଲମ୍ବନ ନକଲେ ଆଗlମି ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଥିଲେ l ଜିଲ୍ଲାରେ ଏକମାତ୍ର ଅନୁଷ୍ଠାନ ରାମକୃଷ୍ଣ ଆଶ୍ରମ ସୌର ଶକ୍ତି ବ୍ୟବହାର କରୁଥିବାରୁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ପ୍ରସଂଶା କରିଥିଲେ l ଏହି ବିଦ୍ୟାଳୟରୁ ବାର୍ଷିକ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ଭଲ ହୋଇଥିବାରୁ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ l ଛାତ୍ର ମାନଙ୍କୁ ଅକ୍ଷୟ ଶକ୍ତି ବ୍ୟବହାର ଉପରେ ନିଜ ନିଜ ଗ୍ରାମରେ ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ l ନିଷ୍ଠାର ସହିତ ଅଧ୍ୟବସାୟ କଲେ ନିଶ୍ଚିତରେ ସଫଳତା ପାଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ l '
ଏହି ଉଦଘାଟନ ଉତ୍ସବରେ ଆଶ୍ରମର ସମ୍ପାଦକ ସ୍ୱାମୀ ଗୀତାତ୍ମାନଂଦ ମହାରାଜ, ଭୁବନେଶ୍ୱର ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ଆତ୍ମାନୁଭବନନ୍ଦ ମହାରାଜା ଉପସ୍ଥିତ ଥିବାବେଳେ ଆଶ୍ରମର ବିଦ୍ୟାର୍ଥୀ, ଶିକ୍ଷକ, ଓ ଆଶ୍ରମ ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ l