ହେଡଲାଇନସ୍:

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ଡ଼.ଚନ୍ଦ୍ର ଶେଖର ଦାସ , ଜାତୀୟ ସେବା ଯୋଜନା ଅଧିକାରୀ ଡ଼.ଭାରତୀ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବାଲ୍ୟ ଜୀବନ , ଓ ଜାତୀୟ ସଂଗ୍ରାମରେ ତାଙ୍କର ଭୂମିକା ସମ୍ପର୍କରେ କହି ଗାନ୍ଧୀ ଜୟନ୍ତୀ , ରାମରାଜ୍ୟ ସ୍ୱପ୍ନ , ଅହିଂସା ନୀତି ଓ ଆଦର୍ଶ , ଗ୍ରାମ ସ୍ୱରାଜ ପ୍ରଭୃତି ଉପରେ ଆଲୋଚନା କରିଥିଲେ ।
ଅଧ୍ୟକ୍ଷା ଡ଼ଃ ରୀନା ସାହୁ ମାନବ ସେବାହିଁ ଜାତୀୟ ସେବା ବୋଲି ବିଶ୍ଵାସ କରୁଥିବା ଗାନ୍ଧିଜୀଙ୍କ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆୟୋଗ ଓ ପିରାମିଡ ଫାଉଣ୍ଡେସନର ଗାନ୍ଧୀ-ପେଲୋ ପ୍ରୋଗ୍ରାମ ଲିଡ଼ର ଶ୍ରୀ ବିଭୁତି ଦଳାଇ , ପେଲୋ-ସଭ୍ୟା ଉପାସନା ରାୟ ଏବଂ ଫାରହାନ୍ ଗାତୁମ୍ ପ୍ରମୁଖ ମଞ୍ଚାସୀନ ରହି "ସୁରକ୍ଷିତ ହାମ୍-ସୁରକ୍ଷିତ ତୁମ" ବାର୍ତ୍ତା ପ୍ରଦାନ କରି କରୋନା ଉପରେ ସଚେତନ କରାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସିଏଚ୍.ନିର୍ମିଳା , ମଧୁସ୍ମିତା ପ୍ରଧାନ ଦୁର୍ଯ୍ୟୋଧନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏଲ୍.ଅଶୋକ କୁମାର ସମସ୍ତ କାର୍ଯ୍ୟକ୍ରମ'ରେ ସହଯୋଗ ପ୍ରଦାନ କରିଥିଲେ।
ସେହିପରି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଗାନ୍ଧିଛକ ଠାରେ ଗୌରହରି ପାଠାଗାରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସେହିପରି "ଆକାଂକ୍ଷା" ମହିଳା ଅନୁଷ୍ଠାନ "ସଖୀ" ୱାନ-ଷ୍ଟପ୍ ସେଣ୍ଟର ଓ ଚାଇଲଡ଼ ଲାଇନର ମିଳିତ ସହଯୋଗରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଏକ ସଭା କାର୍ଯ୍ୟ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ISRD ଅନୁଷ୍ଠାନ ବ୍ରହ୍ମପୁରର ଆସିଷ୍ଟାଣ୍ଟ ଡାଇରେକ୍ଟର ପ୍ରଭୁ ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ଗାନ୍ଧୀ ଜୟନ୍ତୀ ସମ୍ପର୍କରେ ବୁଝାଇଥିଲେ।
ଆକାଂକ୍ଷା ମହିଳା ସଙ୍ଗଠନର ଉପଦେଷ୍ଟା ସ୍ୱର୍ଣ୍ଣପ୍ରଭା ପାଠୀ ଏବଂ ସମ୍ପାଦିକା ଶ୍ରୀମତୀ ମୀନାକୁମାରୀ ଟହଲ ସ୍ୱଚ୍ଛ ରହିଲେ ସୁସ୍ତ ରହିପାରିବେ ଏବଂ ଗ୍ରାମକୁ ପରିସ୍କାର ପରିଚ୍ଛନ୍ନତା ରଖିବା ସମ୍ପର୍କରେ ବୁଝାଇଥିଲେ।
ପରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
ପରିବେଶ ସ୍ୱଚ୍ଛତା ସାଙ୍ଗକୁ ପଲିଥିନ ମୁକ୍ତ ସମାଜ ଗଠନ ପାଇଁ ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ବେଗ୍ ବଣ୍ଟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଚାଇଲଡଲାଇନ୍ ର ସଦସ୍ୟା ଲକ୍ଷ୍ମୀ ଗୌଡ , ଗଙ୍ଗାଧର ଶବର , "ସଖୀ" ୱାନ-ଷ୍ଟପ୍ ସେଣ୍ଟର କର୍ମକର୍ତ୍ତା ମୋହିନୀ ପ୍ରଧାନ , ସୁପ୍ରଭା ସାହୁ , ସୁନିତା ବେହେରା , ଅଙ୍ଗନବାଡି କର୍ମୀ ଟି. ଏଶ୍ୱରୀ , ସଂଯୁକ୍ତା ବିଶ୍ୱାଳ , ବି.ତେଜଶ୍ୱରୀ , ରଶ୍ମି ଚୌଧୁରୀ , ଆକାଂକ୍ଷା ମହିଳା ସଂଗଠନର ମିନା କୁମାରୀ ଟହଲ , ସ୍ବର୍ଣ୍ଣପ୍ରଭା ପାଠୀ ଓ ମମତା ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault