ହେଡଲାଇନସ୍:

ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ଭୀମଭୋଇଙ୍କ ଜୀବନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଭୀମଭୋଇ ଛକରେ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେଢ଼ାଖୋଲ ଜନସାଧାରଣ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି , ଏକ ପଥପ୍ରାନ୍ତ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକଙ୍କ ସଭାପତିତ୍ବରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବରେ ମନ୍ତ୍ରୀ କହିଲେ ଯେ ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମଭୋଇଙ୍କୁ ଅଗ୍ରାଧିକାର ଦିଆଯିବା ସହ ଉଚିତ ଗବେଷଣା କରାଯିବ ଓ ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ଭୀମଭୋଇଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯିବ ଓ ହସ୍ତତନ୍ତ ଓ ବୟନଶିଳ୍ପ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ । ଦଶହରା ଦୀପାବଳି ପର୍ବ ମାନଙ୍କରେ ଗୋଟିଏ ହାତବୁଣା ଗାମୁଛା ନିଜ ଆତ୍ମୀୟ ମାନଙ୍କୁ ଦେବାପାଇଁ କହିବା ସହ ଗୋଟିଏ ହାତବୁଣା ଗାମୁଛା ଦୁଇଟି ପରିବାର ରୋଜଗାର ପନ୍ଥା ବୋଲି କହିଥିଲେ । ଗତ ବିଳମ୍ବିତ ରାତିରେ ପୁରୀ ହାଟିଆ ଟ୍ରେନ ରେ ଆସି ରେଢ଼ାଖୋଲ ଷ୍ଟେସନ ପହଞ୍ଚିବାପରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ବାଗତ କରି ପାଛୋଟି ଆଣି ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ରାତ୍ରୀ ଯାପନ କରିଥିଲେ । ସକାଳୁ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିଥିଲେ । ସେଠାରୁ ଏକ ପଦଯାତ୍ରା ରେ ବାହାରୀ ଗାନ୍ଧୀ ସ୍ମୃତି ସ୍ତମ୍ଭ , ସନ୍ଥକବି ଭୀମଭୋଇ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନିତେଶ ଗଂଗଦେବ , ରେଙ୍ଗାଲି ବିଧାୟକ ନାଉରୀ ନାଏକ , ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ , ଜିଲ୍ଲା ସଭାପତି ଗିରିଶ ପଟେଲ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ରାଜ୍ୟ ସଂପାଦକ ଟଙ୍କଧର ତ୍ରୀପାଠୀ , ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ , ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ , ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ବିନୀ ମାଝୀ , ଉପସଭାପତି ଅନିଲ ପୃଷ୍ଟି , ରେଢ଼ାଖୋଲ ବ୍ଳକ ସାଂସଦ ପ୍ରତିନିଧି ଶିବରାମ ସାହୁ , ରେଢ଼ାଖୋଲ ନଗର ସଭାପତି ରାମାନୁଜ ମହାପାତ୍ର , ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ , ଏନ‌ଏସି ପୂର୍ବତନ ଅଧ୍ୟକ୍ଷ ସୁଷମା ମୁଣ୍ଡା , ରାଜେନ୍ଦ୍ର ପ୍ରସାଦ ବୈଠାରୁ , ନରେନ୍ଦ୍ର ମଲ୍ଲିକ , ନଗର ଯୁବମୋର୍ଚ୍ଚା ସଭାପତି ଅମର‌ ସିଂ , ମହିଳା ମୋର୍ଚ୍ଚା ସଭାପତି ମଞୁଲାତା ପ୍ରଧାନ , ଉପସଭାପତି ଝିଲ୍ଳି ବହିଦାର , କଳ୍ପନା ନାଏକ , ଉଦୟ ପ୍ରତାପ ସିଂ, ପାରସ ଭଞ , ରବି ରଥ , ଭୀମଭୋଇ ମଣ୍ଡଳ ସଭାପତି ମୋନଜ ପ୍ରଧାନ , ସୈାରଭ ବାଘ , ସୋମ୍ୟରଞ୍ଜନ ଶାସନୀଙ୍କ ସମେତ ରେଢ଼ାଖୋଲ ବିଧାନ ସଭା ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତା ଓ ରେଢ଼ାଖୋଲ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ହାଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

0
0
0
s2sdefault