ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୀମାବର୍ତ୍ତି ଗଙ୍ଗାବାଡ଼ ପଞ୍ଚାୟତରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପ୍ରେସ୍ ବିବୃତ୍ତିରେ ଜଣାଯାଇଛି।
ଗଙ୍ଗାବାଡ଼ରେ ୧ କୋଟି ୭୧ ଲକ୍ଷ ଟଙ୍କାରେ ଏକ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଚାଲୁ ଅଛି।
୧୭ ଲକ୍ଷ ଟଙ୍କା ଅଟକଳରେ ଗଙ୍ଗାବାଡ଼ ଏବଂ ମାଣିକପାଟଣା ଗ୍ରାମରେ ପ୍ରତ୍ୟେକ ଗୃହକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଗଙ୍ଗାବାଡ଼, ମାଣିକପାଟଣା ଓ ଚମ୍ପାପୁର ଗ୍ରାମରେ ୮ ଲକ୍ଷ ଟଙ୍କା ବ୍ୟୟରେ ପାଞ୍ଚ ଗୋଟି ଜାଗାରେ ସୋଲାର ଲାଇଟର ବ୍ୟବସ୍ଥା କରାଯାଉଛି।
କଇଁପୁର ପଞ୍ଚାୟତରୁ ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
୫.୪ କୋଟି ଟଙ୍କା ଅଟକଳରେ ଚମ୍ପାପୁର ଠାରୁ ଗଙ୍ଗାବାଡ଼ ପର୍ଯ୍ୟନ୍ତ ୨.୫ କି.ମି ଗ୍ରାମ୍ୟ ସଡକର ନିର୍ମାଣ କାର୍ଯ୍ୟ ଚାଲୁଅଛି।
ଗଙ୍ଗାବାଡ଼ ଓ ଚମ୍ପାପୁର ଗ୍ରାମରେ ୧୦୦ ପରିବାରକୁ ଜୀବିକା ଅର୍ଜନ ନିମନ୍ତେ ଓ ଏଲ୍ ଏମ୍ (OLM) ତରଫରୁ କୁକୁଡ଼ା ଶାବକ ବଣ୍ଟନ କରାଯାଇଛି।
ଚମ୍ପାପୁର ଠାରେ ଚିହ୍ନିତ ହୋଇଥିବା ୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ବ୍ୟବସାୟ ନିମନ୍ତେ ରଙ୍ଗୀନ ମାଛ ଉତ୍ପାଦନ ପାଇଁ ଆବଶ୍ୟକ ତାଲିମ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ମାଣିକପାଟଣା ଗ୍ରାମରେ ଛେଳି ଚାଷ କରୁଥିବା ୩୦ ଗୋଟି ପରିବାରକୁ ଚିହ୍ନଟ କରି ୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂ ଓ ଏଲ୍ ଏମ୍ (OLM) ସହଯୋଗରେ ଛେଳିଙ୍କ ପାଇଁ ଟୀକାକରଣ ଓ ଖାଦ୍ୟ ଯୋଗାଣର ବନ୍ଦୋବସ୍ତ କରାଯାଇଛି।
ପାଚେଡ଼ି ଗ୍ରାମରେ ଜହ୍ନ ଉତ୍ପାଦନ କରୁଥିବା ଚାଳିଶିରୁ ଉର୍ଦ୍ଧ୍ବ ପରିବାରକୁ ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି।
ସେହିପରି ମାଣିକପାଟଣା ଗ୍ରାମରେ କାଜୁ ଉତ୍ପାଦନ ପରିବାରକୁ ଗଙ୍ଗବାଡ଼ ଗ୍ରାମରେ ତେନ୍ତୁଳି ଉତ୍ପାଦନ କରୁଥିବା ପରିବାରକୁ ଚିହ୍ନଟ କରି ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି।
ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ତରଫରୁ ଖମ୍ବ ଗାଁ , ଚମ୍ପାପୁର ଏବଂ ମାଣିକପାଟଣା ଗ୍ରାମର ଶହେ ଗୋଟି ପରିବାରକୁ ଚିହ୍ନଟ କରି ମିଶନ ଜୀବିକା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ରାଜ୍ୟ
ସୀମାବର୍ତ୍ତି ଗଙ୍ଗାବାଡ଼ ପଞ୍ଚାୟତରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ
- Hits: 307