ହେଡଲାଇନସ୍:

କରୋନା ମୁକାବିଲା ପାଇଁ ଦିଆଯାଇଥିବା କେନ୍ଦ୍ରୀୟ ଅନୁଦାନକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର ଜନବିରୋଧୀ କାର୍ଯ୍ୟ : ଦିଲୀପ ମଲ୍ଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୨୦ ଅଗଷ୍ଟ ୧୫ ତାରିଖର ଅଭିଭାଷଣରେ ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଯୋଜନା ସାରା ଦେଶରେ ଲାଗୁ ହେବ ବୋଲି ଘୋଷଣା କରିଥିଲେ ଏବଂ ଆୟୁଷ୍ମାନ ଯୋଜନା ମାଧ୍ୟମରେ ଡିଜିଟାଲ୍ ହେଲ୍ଥ କାର୍ଡ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କାର୍ଯ୍ୟ ଆରମ୍ଭ କରିବା ପାଇଁ କେନ୍ଦ୍ର ପତ୍ର ଲେଖିଥିବା ବେଳେ ତରବରିଆ ଭାବେ ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
‘ତା ତକିଆ,ୟା ମୁଣ୍ଡ; ୟା ତକିଆ, ତା ମୁଣ୍ଡ’ ନୀତିକୁ ଆପଣାଇ ରାଜ୍ୟ ସରକାର ବିଭ୍ରାନ୍ତ କରିବାରେ ସିଦ୍ଧହସ୍ତ । ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କ ନିଜସ୍ୱ ଅର୍ଥ ନାହିଁ । କେନ୍ଦ୍ରୀୟ ଯୋଜନାକୁ ବାଟମାରଣା କରି ନିଜ ନାମରେ ବ୍ରାଣ୍ଡିଂ କରିବା ରାଜ୍ୟ ସରକାରଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି । ରାଜ୍ୟରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରି ରାଜ୍ୟବାସୀଙ୍କୁ ସୁଫଳ ପାଇବାରେ ବଂଚିତ କରାଯାଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ପୁଣି ଥରେ ଆସିଛି । କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ଗ୍ରାମ କଲ୍ୟାଣ ସମିତିକୁ ଏନ୍ଏଚ୍ଏମ୍ ଜରିଆରେକିସ୍ତି ଆଧାରରେ କୋଡିଏହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ଦ୍ୱାରାପ୍ରତ୍ୟେକ ଗ୍ରାମରେ ମାସ୍କ ବଂଟନ, ସାନିଟାଇଜସନ୍ ଓ ସଚେତନତା କାର୍ଯ୍ୟକ୍ରମକୁ ଭଲ ଭାବେ ତ୍ୱରାନ୍ୱିତ କରାଯାଇପାରିବ । ମାତ୍ର ଓଡିଶା ସରକାର କେବଳ ଦଳୀୟ ସ୍ୱାର୍ଥରେ ଏହି ଅର୍ଥକୁ ଅନ୍ୟତ୍ର ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ୟ । ଚଂଚକତା କରି ପ୍ରତ୍ୟେକ ଗ୍ରାମପଂଚାୟତରେ ମେଳା ଜରିଆରେ ଏହି ଅର୍ଥକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ କରିବା ପାଇଁ ବ୍ୟବହାର କରୁଛନ୍ତି । ପ୍ରଥମତଃ, ଏହି ଅର୍ଥକୁ କରୋନା ପରିଚାଳନା ବ୍ୟତୀତ ଅନ୍ୟତ୍ର ଖର୍ଚ୍ଚ କରିବା ଦଣ୍ଡନୀୟ ଅପରାଧ ଏବଂ ଦ୍ୱିତୀୟତଃ, କେବଳ ପ୍ରଚାର ଆଳରେ କରୋନା ପରିଚାଳନା ପାଇଁ ଆସୁଥିବା ଅର୍ଥକୁ ବ୍ୟବହାର କରିବା ଅତ୍ୟନ୍ତ ହୀନ କାର୍ଯ୍ୟ ଅଟେ । କେଉଁ ଅଧିକାର ବଳରେ ଓ କାହା ନିଦେ୍ର୍ଧଶରେ ଏହି ଅର୍ଥକୁ ଅନ୍ୟତ୍ର ବ୍ୟବାହାର କରାଯାଉଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଜରୁରୀ । କରୋନା ସଂକ୍ରମଣ ମୁକାବିଲା ପାଇଁ ଯୋଗାଇ ଦିଆଯାଇଥିବା କେନ୍ଦ୍ରୀୟ ଅନୁଦାନକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର କରିବା ଜନବିରୋଧୀ କାର୍ଯ୍ୟ ଅଟେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ପାର୍ବଣ ଋତୁରେ କରୋନା କଟକଣା ଜାରୀ ରହିଥିବାବେଳେ କେଉଁ ଆଧାରରେ ରାଜ୍ୟ ସରକାର ମେଳାର ଆୟୋଜନ କରୁଛନ୍ତି ? ଏହି ମେଳା କାରଣରୁ ସଂକ୍ରମଣ କଣ ବୃଦ୍ଧି ପାଇବ ନାହିଁ କି?ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ କାହିଁକି ବଂଟନ କରୁନାହାନ୍ତି ? କରୋନା ସଂକ୍ରମଣ ବୃଦ୍ଧି ହେବାକୁ ମୁଖ୍ୟମନ୍ତ୍ରୀ କେମିତି ପ୍ରୋତ୍ସାହନ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏଭଳି ଜନବିରୋଧୀ କାର୍ଯ୍ୟକୁ ବିଜେପି ତରଫରୁ ଆମେ ଦୃଢ ବିରୋଧ କରୁଛୁ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏଭଳି ଜନବିରୋଧୀ ନିଦେ୍ର୍ଧଶକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମଲ୍ଲିକ ଦାବୀ କରିଛନ୍ତି ।
ରାଜ୍ୟବାସୀ ବିଜୁ ସ୍ୱାସ୍ଥ୍ୟ ଯୋଜନାର ସୁଫଳ ପାଇବାରୁ ବିଫଳ ହେଉଥିବାର ବାରମ୍ବାର ପ୍ରମାଣିତ ହୋଇଛି । କେବଳ ପ୍ରଚାର ପାଇଁ ରାଜ୍ୟ ରାଜସ୍ୱକୁ ଅପବ୍ୟୟ ନକରି ସାଢେ ଚାରି କୋଟି ଓଡିଆଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଇବା ପାଇଁ ଆଗେଇ ଆସିବାକୁ ଶ୍ରୀ ମଲ୍ଲିକ ଦାବୀ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମ ବିଭାଗ ସହ ସଂଯୋଜକ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

 

0
0
0
s2sdefault