ହେଡଲାଇନସ୍:

ଅବହେଳିତ "ଜଲତାର" ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହେବ କେବେ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ :ଆଜି ବିଶ୍ଵବ୍ୟାପୀ ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ | ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ସହ ଅନେକ ପର୍ଯ୍ୟଟନ ସ୍ଥଳୀକୁ ଲୋକଲୋଚନକୁ ଆଣିବା ପାଇଁ ନିରନ୍ତର ପ୍ରକ୍ରିୟା ଜାରି ରହିଥିବା ଲୋକମାନଙ୍କୁ ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନର ଗୁରୁତ୍ୱ ବିଷୟରେ ସଚେତନ କରିବା ପାଇଁ ଏହି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଆସୁଅଛି | କରୋନା ହେତୁ ଦୁଇବର୍ଷ ଧରି ସବୁ ବନ୍ଦ ରହିଥିବା ବେଳେ ଏବେ ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଆବଗମନ ବଢିଛି | ଆମ ରାଜ୍ୟ ଓଡିଶା ପର୍ଯ୍ୟଟନସ୍ଥଳୀର ଗନ୍ତାଘର | ପର୍ଯ୍ୟଟନର ସମସ୍ତ ବିଭବ ଏଠି ଭାରି ରହିଥିବା କାରଣରୁ ବିଭିନ୍ନ ପ୍ରାନ୍ତରୁ ଆମ ରାଜ୍ୟକୁ ପର୍ଯ୍ୟଟକ ମାନେ ପ୍ରକୃତିକୁ ଉପଭୋଗ କରିବାପାଇଁ ବହୁସଂଖ୍ୟାରେ ଆସିଥାନ୍ତି | ସମ୍ପ୍ରତି ଇକୋ ଟୁରୀଜିମ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବଢିଥିବା ବେଳେ ରାଜ୍ୟ ସରକାର ଅନେକ ଇକୋ ଟୁରୀଜିମ ସ୍ଥଳୀର ବିକାଶ ଜାରି ରଖିଛନ୍ତି | ହେଲେ ରାଜ୍ୟରେ ଏମିତି କିଛି ସ୍ଥାନ ରହିଛି ଯାହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବାର ଆବଶ୍ୟକତା ଥିବା ବେଳେ ଏଯାବତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିପାରିନାହିଁ। ଆଦିବାସୀ ଇଲାକାର କିଛି ସ୍ଥାନ ମଧ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ନଜରକୁ ଆସିପାରିନାହିଁ। ଏବେ ମଧ୍ୟ ନୂଆ ନୂଆ ସ୍ଥାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ସରକାରଙ୍କ ସଦୟ ଦୃଷ୍ଟି ପଡିବାରୁ ବଂଚିତ ହୋଇଛନ୍ତି | ସେହିପରି ପର୍ଯ୍ୟଟନ ସମ୍ଭାବନା ଥିବା ପର୍ଯ୍ୟଟନସ୍ଥଳୀ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ "ଜଳତାର" | ଏହା ଏପରି ମନୋରମ ଜାଗା, ସେଠାକୁ ଗଲେ ଫେରିବାକୁ ଇଛା ହୁଏନାହିଁ। ନୂଆ ଗାଁ ନିକଟରେ ପାହାଡ଼ ଉପରେ ରହିଛି ବାବା ନାଗେଶ୍ୱର ପୀଠ |ପାହାଡ଼ ଜଙ୍ଗଲଘେରା ସାଙ୍ଗକୁ ଶାନ୍ତ ପରିବେଶ ସୁନ୍ଦର ସବୁଜିମା | ଏହି ପାହାଡ଼ ପଥରରେ ରହିଛି ବହୁ ଦେବଦେବୀ ନନ୍ଦି ବିଷ୍ଣୁ ଅନନ୍ତନାଗ ଭଳି ବହୁ ଦେବଦେବୀ ଆଜକୁ ପ୍ରାୟ ବହୁ ବର୍ଷତଳେ ସନ୍ଧାନ ମିଳିଥିଲା | ସେବେଠାରୁ ଲୋକମାନେ ଏଠାକୁ ଦର୍ଶନ ଲାଗି ଛୁଟିଆସନ୍ତି । ଶିବରାତ୍ରି ସୋମବାର ପୂଜା ପାର୍ବଣରେ ଏଠାରେ ଗହଳି ହୋଇଥାଏ।ଏହା ଏକ ଆଦିବାସୀ ଇଲାକା ଏଠାରେ ଲାଞ୍ଜିଆ ସଉରା ଆଦିମ ଜନଜାତି ର ଲୋକେ ବସ ବାସ କରିବା ହେତୁ ବର୍ଷ ତମାମ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମିଥାଏ| ନିକଟରେ ଯେଉଁ ଝରଣା ରହିଛି , ସେଠାରେ ବଣଭୋଜି କରିବା ପାଇଁ ଶୀତ ଋତୁରେ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ସରକାର ଯଦି ଏହାର ବିକାଶ ପ୍ରତି ଗୁରୁତ୍ୱ ଦେଇ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ପଦକ୍ଷେପ ନିଅନ୍ତେ ତେବେ ଏହାର ପର୍ଯ୍ୟଟନ ଗୁରୁତ୍ୱ ବୃଦ୍ଧି ପାଇବା ସହିତ ରାଜ୍ୟକୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟିବ।

 

0
0
0
s2sdefault