ହେଡଲାଇନସ୍:

କୌଶଲ୍ୟା ପ୍ରକଳ୍ପ ଦ୍ୱାରା ଗ୍ରାମୀଣ ଯୁବତୀ ମାନଙ୍କୁ ଆତ୍ମନିର୍ଭର କରୁଛି ଉତ୍କଳ ଆଲୁମିନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କମ୍ପାନୀ ଚତୁର୍ପାର୍ଶ୍ୱରେ ବାସ କରୁଥିବା ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଉତ୍କଳ ଆଲୁମିନା, କୌଶଲ୍ୟା ପ୍ରକଳ୍ପ ଦ୍ୱାରା ଯୋଗିପାରିତୁଣ୍ଡ ଗ୍ରାମରେ ଏକ ସିଲେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଅଛି |
ଉକ୍ତ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବତୀ ମାନଙ୍କୁ ଆଧୁନିକ ପ୍ରଣାଳୀରେ ନିଶୁଲ୍କ ସିଲେଇ ତାଲିମ ପ୍ରଦାନ କରାଯିବ ସହିତ 6 ମାସ ତାଲିମ ସମ୍ପୂର୍ଣ କଲାପରେ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି |
ଏହି ପରିପେକ୍ଷି ରେ ଗତ ୨୭ ଅଗଷ୍ଟ ୨୦୨୧ ଦିନ ଯୋଗିପାରିତୁଣ୍ଡ ଗ୍ରାମରେ ଏକ ସମାରୋହ ର ଆୟୋଜନ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ୨୫ ଜଣ ସଫଳ ତାଲିମରଥୀ ଙ୍କୁ ପ୍ରମାଣନପତ୍ର ପ୍ରଦାନ କରାଯାଇଥିଲା | ତନ୍ମଧ୍ୟରୁ ନିଜସ୍ୱ ଉଦ୍ୟୋଗ ପାଇଁ ଆଶାପୋଷଣ କରିଥିବା ୧୫ ଜଣ ଯୁବତୀ ମାନଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା | ଉତ୍କଳ ଆଲୁମିନା ପରିପାର୍ଶ୍ଵ ରେ ଥିବା ଯୋଗିପାରିତୁଣ୍ଡ, ହାତୀଖାମାନ ଏବଂ ଦମମୁଣ୍ଡ ଗ୍ରାମରୁ ହିଠାଧିକାରୀମାନେ ଉକ୍ତ କାର୍ଯକ୍ରମରେ ଯୋଗ ଦେଇଥିଲେ ଓ ଉତ୍କଳ ଆଲୁମିନା ର ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନନ୍ୟ ଗଣମାନ୍ୟ ବ୍ୟକ୍ତି ମଧ୍ୟ ଏହି ପ୍ରୟାସ କୁ ସ୍ୱାଗତ କରିଥିଲେ |
ଉତ୍କଳ ଆଲୁମିନା ସି ଏସ ଆର ମୁଖ୍ୟ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମାଇନ୍ସ ମୁଖ୍ୟ ଶ୍ରୀ ମୁକେଶ ଝା, ଅଣ୍ଡିରାକଂଚ ଥାନା ଅଧିକାରୀ ଶ୍ରୀ ତପନ ମହାଲି, ସ୍ଥାନୀୟା ସରପଞ୍ଚ ସିତାଇ ମାଝି, ଶ୍ରୀ ରତ୍ନାକର ନାଏକ, ନାଏବ ସରପଞ୍ଚ, ଶ୍ରୀ ସତ୍ୟନାରାୟଣ ଝୋଡିଆ ସମିତି ସଭ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ ଦେଇଥିଲେ |
ଉତ୍କଳ ଆଲୁମିନା ସି ଏସ ଆର ମୁଖ୍ୟ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସମସ୍ତ ତାଲିମାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବସହିତ ଆଗାମୀ ଦିନରେ କମାନୀ ଏହିଭଳି ପ୍ରୟାସ ଦ୍ୱାରା ଅଂଚଳ ସାମୁହିକ ବିକାଶ ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ବୋଲି ଦର୍ଶାଇ ଥିଲେ |
ମାଇନ୍ସ ମୁଖ୍ୟ ଶ୍ରୀ ମୁକେଶ ଝା ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଅଭିବାଦନ ଜଣାଇବା ସହିତ, ତାଲିମାର୍ଥୀ ମାନଙ୍କୁ ଏହି ପ୍ରକଳ୍ପ କୁ ସହଯୋଗ କରିବା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ | ଉତ୍କଳ ଅଲିମିନା ସର୍ବଦା ସାମୁହିକ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ସେ ନିଜ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ |
ମ୍ୟାନେଜେର ସି ଏସ ଆର ଶ୍ରୀ ସୁଶାନ୍ତ ଧଳ ଧନ୍ୟବାଦ ଜ୍ଞାପନ କରିଥିଲେ | କମ୍ପାନୀ ଅଧିକାରୀ ନିରୁପମା ବାରିକ ଏବଂ ବିନୋଦ ପୂଜାରୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ |

 

0
0
0
s2sdefault