ହେଡଲାଇନସ୍:

ଲିଙ୍ଗରାଜ ମନ୍ଦିର ଖୋଲିବ ସେପ୍ଟେମ୍ବର ପହିଲାରୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଲିଙ୍ଗରାଜ ମନ୍ଦିର ଆସନ୍ତା ୧ ତାରିଖ ଅର୍ଥାତ ସେପ୍ଟେମ୍ବର ପହିଲାରୁ ଖୋଲିବ | ଏଥିପାଇଁ ବିଏମସି ପକ୍ଷରୁ ଶୁକ୍ରବାର ନୂତନ ଗାଇଡଲାଇନ ଜାରି କରାଯାଇଛି । କୋଭିଡକୁ ଦୃଷ୍ଟିରେ ରଖି ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଦୁଇଟି ଡୋଜର ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ମିଳିବ। ଗର୍ଭଗୃହ ଦର୍ଶନ ବନ୍ଦ ରହିବ ଏବଂ ଗୋଟିଏ ଥରରେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ଦିଆଯିବ |ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି | ଏହା ବ୍ୟତୀତ ରୋଗାକ୍ରାନ୍ତ, ବୟସ୍କ ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି |

0
0
0
s2sdefault