ହେଡଲାଇନସ୍:

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷୀତ ଜଗର୍ସ ପାର୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର : ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ ଆଜି ସଂନ୍ଧ୍ୟାରେ ଲୋକାର୍ପିତ ହୋଇଯାଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଫିତା କାଟି ଏହାକୁ ଲୋକାର୍ପିତ କରିଛନ୍ତି । ଏହି ପାର୍କକୁ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସହିତ ଯୋଗ ଶିକ୍ଷା ଓ ସଭା ସମିତି ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ମତ ଦେବା ସହ ଆଗାମୀ ଦିନରେ ସହରର ସର୍ନ୍ଦୌର୍ଯ୍ୟକରଣ ପାଇଁ ସହରରେ ଏଭଳି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଥିବା ସୂଚନା ଦେଇଛନ୍ତି । ଟିଟଲାଗଡ ରୋଡ୍‌ ସ୍ଥିତ ଏହି ପାର୍କ କାମ ୨୦୧୯ରୁ ମଞ୍ଜୁର ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ଅଟକି ରହିଥିଲା ।୨୦୨୧ରେ ଏହି ପ୍ରକଳ୍ପକୁ ପୁନଃ ଆରମ୍ଭ କରାଯାଇ, ଚତୁର୍ଦ୍ଦଶ ଅର୍ଥ କମିଶନରୁ ପାର୍କ ପାଇଁ ୪୨ଲକ୍ଷ ଅର୍ଥରାଶି ମଞ୍ଜୁର ହୋଇଥିଲା । ତେବେ ମାତ୍ର ୫ ମାସ ସମୟରେ ୨୦ହଜାର ବର୍ଗଫୁଟରେ ବିସ୍ତୃତ ଏହି ପାର୍କ ସଂପୂର୍ଣ୍ଣ ହୋଇଥିବା ବେଳେ ଏହି ଅବସରରେ ସମସ୍ତ ସାଥି କର୍ମଚାରୀ ତଥା ଜିଲ୍ଲା ପ୍ରଶାସନଙ୍କୁ ବଲାଙ୍ଗିର ପୌରନିର୍ବାହୀ ଅଧିକାରୀ ବିପିନ ଦୀପ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଉକ୍ତ ପାର୍କରେ ସହରର ବିଭିନ୍ନ ବର୍ଗର ଲୋକେ ପ୍ରାତଃ ଓ ସଂନ୍ଧ୍ୟା ଭ୍ରମଣ କରିବା ସଙ୍ଗେ ଯୋଗ ଭ୍ୟାସ କରିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ପାର୍କରେ ବର୍ଷା ଜଳ ସଂଗ୍ରହ ପାଇଁ ଦୁଇଟି ସଂରକ୍ଷଣ ପ୍ରଣାଳୀର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି । ପାର୍କ ଲୋକାର୍ପିତ ହେବାର ପ୍ରଥମ ଦିନରେ ହିଁ ଏଠାରେ ବେଶ ଜନଗହଳି ପରିଲକ୍ଷିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର, ଏସଡିପିଓ ତୋଫାନ ବାଗ, ଜିଲ୍ଲା ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣୀଗ୍ରାହୀ, ପୌରବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସମେତ ପୌର ବିଭାଗର ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ |

0
0
0
s2sdefault