କଳାମାଟିଆ ଶହୀଦ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଲ ଇଣ୍ଡିଆ ଡି.ୱାଇ.ଓ. ଉଦ୍ୟୋଗରେ ମୋଟର-ସାଇକେଲ ଶୋଭାଯାତ୍ରା ।

ବଡ଼ଚଣା/ ପ୍ରଫୁଲ୍ଲ ସାହୁ: ଭାରତଛାଡ଼ ଆନ୍ଦୋଳନରେ ରକ୍ତସ୍ୱାକ୍ଷ୍ୟର ବହନ କାରି ବରୀର କଳାମାଟିଆ ଶହୀଦ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରିବା, ଶହୀଦ ପୀଠରେ ଶହୀଦ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରିବା, ଶହୀଦ ପୀଠର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା, ଶହୀଦମାନଙ୍କ ଜୀବନ ସଂଗ୍ରାମ ସମ୍ପର୍କିତ ବିଷୟ ବସ୍ତୁକୁ ପାଠ୍ୟପୁସ୍ତକରେ ସ୍ଥାନୀତ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ଦିବସଟିକୁ ଉପଯୁକ୍ତ ମର୍ଯ୍ୟଦା ସହକାରେ ପାଳନ କରିବା ପ୍ରଭୂତି ଦାବିରେ ଅଲ ଇଣ୍ଡିଆ ଡି.ୱାଇ.ଓ, ଯାଜପୁର ଜିଲ୍ଲା କମିଟି ଉଦ୍ୟୋଗରେ କଳାମାଟିଆ ଶହୀଦ ପୀଠ ଅଭିମୁଖେ ବାହାରିଥିବା ମୋଟର-ସାଇକେଲ ଶୋଭାଯାତ୍ରାକୁ ବିଶିଷ୍ଟ ଶିକ୍ଷାବିତ- ଶ୍ରୀଯୁକ୍ତ ବଳରାମ ପତି ଶହୀଦ ବେଦୀରେ ମାଲ୍ୟାର୍ପଣ କରି ତାଙ୍କର ଉଦଘାଟନୀ ବକ୍ତବ୍ୟ ରଖିଥିଲେ । ଶିବାଛକ ଠାରୁ କଳାମାଟିଆ ଶହୀଦ ପୀଠ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାକୁ ବରୀ ମାଉଣ୍ଟଠାରେ ସେନା କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଶୋଭାଯାତ୍ରା କାରୀଙ୍କ ପକ୍ଷରୁ ଶହୀଦ ପୀଠରେ ସଂଗଠନର ଜିଲ୍ଲା ସଭାପତି ଅଭିମନ୍ୟୁ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଶହୀଦ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମଦନମୋହନ ପତି, ଗୟାଧର ଦାସ, ବିଶ୍ୱନାଥ ତ୍ରିପାଠୀ, କୁଞ୍ଜବିହାରି ଦାସ, ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଯାଜପୁର ଜିଲ୍ଲା କମିଟି ସଭ୍ୟ କମ୍ରେଡ଼ ଅଜୟ ସାହୁ, ସୁବାଷ ମଲ୍ଲିକଙ୍କ ସହିତ ପ୍ରଶାନ୍ତ ସ୍ୱାଇଁ, ଅକ୍ଷୟ ପଣ୍ଡା, ଶରତ ବାରିକ, ଜଗବନ୍ଧୁ ମଲ୍ଲିକ, ନିମାଇଁ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ମାନଗୋବିନ୍ଦ ସାହୁ, ଗଗନ ମଲ୍ଲିକ, ପ୍ରମୁଖ ଅଲ ଇଣ୍ଡିଆ ଡି.ୱାଇ.ଓ କର୍ମକର୍ତ୍ତାମାନେ ନିଜ ବକ୍ତବ୍ୟରେ ଶହୀଦ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରିବା ସମ୍ପର୍କରେ ଦାବୀ ଉପସ୍ଥାପନା ଲରିଥିଲେ ।

 

0
0
0
s2sdefault