ଶାସକ ପ୍ରଶାସକ ରେ ଖୁଲାସା ପରେ ପଶିଲା ଛନକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ପଞ୍ଚାୟତ ପ୍ରଶାସନ ହିତାଧିକାରୀଙ୍କ ଘରକୁ କଲେ ଅନ୍ଧାରୀ ବିଜେ
  • ଆବାସ ଯୋଜନାର ଫଳକକୁ ଖୋଲା ଗଲା ରାତାରାତି
                                                                      ଖବର ପ୍ରକାଶ ପାଇବା ପରେ

ପଦ୍ମପୁର(ଶାସକପ୍ରଶାସକ)- ଆବାସ ଯୋଜନାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ସରଗରମ ରାଜନୀତି । ରାଜନୈତିକ ଦଳ ଉଭୟେ ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲିଗି ରହିଛି । ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଖବର ପ୍ରତ୍ୟେକ ଦିନ ସାମନାକୁ ଆସୁଛି । ପଦ୍ମପୁର ବ୍ଳକ କନସିଂହା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ଆମେ ପରିବେଷଣ କରିଥିଲୁ ।

                                                                            ଖବର ପ୍ରକାଶ ପାଇବା ପୂର୍ବରୁ

ଗରିବ ଅସହାୟ ଲୋକ ଛିଣ୍ଡା ପୋଲିଥିନ ତଲେ ଖରା,ବର୍ଷା ଓ ଶୀତରେ ଜୀବନ ଅତିବାହିତ କରୁଥିବା ବେଳେ କନସିଂହା ପଞ୍ଚାୟତରେ ଆବାସ ଯୋଜନାରେ ଦୋକାନ ଗୄହ ନିର୍ମାଣ ହେଉଥିବା ଖବର ମଧ୍ୟ ପରିବେଷଣ କରିଥିଲୁ । ଖବର ପରିବେଷଣ ହେବାପରେ କନସିଂହା ପଞ୍ଚାୟତର ଅଧିକାରୀ ମାନେ ନିଜ ଦୋଷକୁ ଲୁଚାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଲେ । ନିଜ ଦୋଷ ଲୁଚାଇବା ପାଇଁ ପଞ୍ଚାୟତ ପ୍ରଶାସନ ହିତାଧିକାରୀଙ୍କ ଘରକୁ ଅନ୍ଧାରୀ ବିଜେ କରି ଆବାସ ଯୋଜନାର ଫଳକକୁ ଖୋଲିଦେବା ପାଇଁ ଉପଦେଶ ଦେଇଥିଲେ । ଗୋଟିଏ ପଟେ ସରକାରୀ ଯୋଜନାର ଦୁରୁପଯୋଗ ଅନ୍ୟପଟେ ଦୋଷ ଲୁଚାଇବା ପ୍ରୟାସ ସରକାରୀ ବାବୁଙ୍କ ସରକାର ବିରୋଧୀ କାର୍ଯ୍ୟର ଏକ ନମୁନା ।

ବିଶ୍ବସ୍ତ ସୂତ୍ରରୁ ଏ ବିଷୟରେ ଖବର ପାଇ ଆମ ପ୍ରତିନିଧି ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ସତକୁ ସତ ନିଜ ଭୁଲ ଲୁଚାଇବା ପାଇଁ ପ୍ରୟାଶ କରାଯାଇଛି। ଏଥିରୁ ଜଣା ପଡୁଛି କନସିଂହା ପଞ୍ଚାୟତର ଅଧିକାରୀ କେତେ ମାତ୍ରାରେ ଦୁର୍ନୀତିରେ ବୁଡି ରହିଛନ୍ତି । ଏଇ ଗୋଟିଏ ଘଟଣା ଖବର ପ୍ରକାଶିତ ହେବାପରେ ନିଜ ଭୁଲକୁ ଲୁଚାଇବା ପାଇଁ ପ୍ରୟାସ କରାଯାଇଛି ତେବେ ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ଉପରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଏହି ଗୋଟିଏ ଦୁର୍ନୀତି ନାଁ ପଞ୍ଚାୟତରେ ଆହୁରି ଅନେକ ଘଟଣା ଲୁଚି ରହିଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

0
0
0
s2sdefault