କଫସିରପ ଓ ଅପମିଶ୍ରିତ ନିଶାଦ୍ରବ୍ୟ ସହିତ ଯୁବକ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶତ ଚେଷ୍ଟା ସତ୍ତ୍ୱେ ଲାଗିପାରୁନାହିଁ ଲଗାମ

ବରଗଡ :- କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ତଥା ଅବକାରୀ ବିଭାଗ ବିପୁଳ ପରିମାଣରେ ପ୍ରତିବନ୍ଧିତ ମାଦକଦ୍ରଵ ଜବତ କରୁଛି । ହେଲେ ମାଦକଦ୍ରବ୍ୟ ର କାରବାର କରୁଥିବା ଅସାଧୁ ,ମୁନାଫଖୋର ବ୍ୟବସାୟୀ ମାନଙ୍କର ପ୍ରାଦୁର୍ଭାବ କମିବା ପରିବର୍ତେ ବଢ଼ିବାରେ ଲାଗିଛି । ପୂର୍ବରୁ କାରବାର କରି ଧରାପଡିବା ପରେ ଜେଲ ଯାଇ , ଜେଲରୁ ଫେରିବା ପରେ ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିପଡିଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମ ଥର ଚୋରା ରେ କାରବାର କରୁଥିବା ବ୍ୟବସାୟୀ ଜେଲ ଯାତ୍ରାରୁ ଫେରି ଖୋଲାଖୋଲି ଭାବରେ କାରବାର କରିବାକୁ ପଛାଉ ନାହାନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ପାଇକମାଲ ଥାନା ଅଂଚଳରେ । ଗତ ଜୁଲାଇ ମାସ ଚବିଶ ତାରିଖରେ ପାଇକମାଲ ଦୁର୍ଗା ମଣ୍ଡପ ନିକଟରେ ରହୁଥିବା ମହମ୍ମଦ ନାସିର ନାମକ ଜଣେ ଯୁବକକୁ ଅବକାରୀ ଓ ପୋଲିସ ର ମିଳିତ ଚଢ଼ାଉ ସମୟରେ କଫସିରଫ ସହିତ କାବୁ କରାଯାଇଥିଲା । ଏହାପରେ ଅବକାରୀ ମହମ୍ମଦ ନାସିର ନାମରେ ମାମଲା ରୁଜୁ କରି ତାକୁ ଜେଲ ପଠାଇ ଦେଇଥିଲା । ଜେଲରୁ ବାହାରିବା ପରେ ନାସିର ପୁଣିଥରେ ତାର ପୁରୁଣା ବ୍ୟବସାୟ ଆରମ୍ଭ କରିବାର ଯୋଜନା କରିଥିଲା । ପାଇକମାଲ ସ୍ଥିତ ସରକାରୀ କଣ୍ଟା ପାଖରେ ଏକ ଝୁପୁଡିରେ ନିଶା କାରବାର ଆରମ୍ଭ କରିଥିଲା । ଗୋଟିଏ ଡ୍ରମରେ କଫସିରଫ ମିଶାଇ ଯୁବକ ମାନଙ୍କୁ ବିକ୍ରି କରୁଥିଲା । ଏହି ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ନାସିର ଉପରେ ଚଢ଼ାଉ କରି ଘଟଣା ସ୍ଥଳରୁ ନାସିର କୁ ଗିରଫ କରିବା ସହିତ ତାର ପାଖରୁ କୋଡିଏ ଟି କଫସିରଫ ବୋତଲ , ଚାଲିସ ଟି ନିଶା ବାରିକ ଏବଂ ଦଶ ଲିଟରରୁ ଅଧିକ ଅପମିଶ୍ରିତ କଫସିରଫ ଜବତ କରିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ନିଶା ଦ୍ରବ୍ୟ ପ୍ରତି ଆକୃଷ୍ଟ ହେଉଥିବା ଯୁବସମାଜ ନିଶା ସେବନ ପରେ ନିଜର ମାନସିକ ଭାରସାମ୍ୟ ହରାଇ ଅପରାଧ ଦୁନିଆରେ ପାଦ ଦେଉଥିବା ଦେଖିବାକୁ ମିଳୁଛି । ନାସିର କୁ ଧରିବା ପରେ ପୋଲିସ ପାଇକମାଲ ଥାନାରେ କେଶ ନମ୍ବର 162/21 ଧାରା274/275 ରେ ମାମଲା ରୁଜୁ କରି ଜେଲ ପଠାଇ ଦେଇଥିବା ଜଣା ପଡ଼ିଛି ।

0
0
0
s2sdefault