ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ଦାବି, ଦସ୍ତଖତ ଅଭିଯାନ ଚଳାଇଲା କୋଶଳ ସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ତେଜିଲା ସୁନ୍ଦରଗଡରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବି । ମଙ୍ଗଳବାର ଏନେଇ କୋଶଳ ସେନା ପକ୍ଷରୁ ସମ୍ବଲପୁରରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ସେନାର ସଦସ୍ୟମାନେ ପୂଜାର୍ଚ୍ଚନା କରିବା ପରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ।
ସୁନ୍ଦରଗଡରେ ପ୍ରସ୍ତାବିତ ଏମ୍ସ ହସ୍ପିଟାଲ ଶୀଘ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିଛି କୋଶଳ ସେନା । ପଶ୍ଚିମ ଓଡ଼ିଶାରେ ହେବାକୁ ଥିବା ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରୁଛନ୍ତି । ସୁନ୍ଦରଗଡ଼ରେ ଏମ୍ସ ସ୍ଥାପନ ହେଲେ କେବଳ ପଶ୍ଚିମ ଓଡିଶାବାସୀ ନୁହେଁ ବରଂ ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକେ ମଧ୍ୟ ଏହାଦ୍ବାରା ଉତ୍ତମ ଚିକିତ୍ସା ସେବା ପାଇପାରିବେ । ତେଣୁ ଯଥାଶୀଘ୍ର ସୁନ୍ଦରଗଡ଼ରେ ଏହି ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି କୋଶଳ ସେନା ପକ୍ଷରୁ ଦାବି ହୋଇଛି।

0
0
0
s2sdefault