ହେଡଲାଇନସ୍:

ଜୈବ ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସମ୍ମାନ ପାଇବେ ସିଦ୍ଧାର୍ଥ ପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-07-18-Sidhartha-Pati-1.jpg - 109.94 kB

ବାଲେଶ୍ୱର

ଉଜ୍ଜ୍ୱଳ କର

ଜୈବ ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସମ୍ମାନ "ଫ୍ୟୁଚର  କନଜର୍ଭେସନସିିପ ଆୱାର୍ଡ' ପାଇବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଗବେଷକ ତଥା  ବିଶେଷଜ୍ଞ ସିଦ୍ଧାର୍ଥ ପତି । ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ସୁଲାୱେସୀରେ ଥିବା ବୋଟାନିକାଲ ନେଚର ରିସର୍ଟରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ  ହେବ । ଆନ୍ତର୍ଜାତିକ ସ୍ତରରେ ସିଏଲପି (କନଜର୍ଭେସନ ଲିଡ଼ରସିପ ପ୍ରୋଗ୍ରାମ) ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ଗବେଷକମାନଙ୍କୁ ସମ୍ମାନିତ କରିବା ପାଇଁ ଚୟନ କରିଥାନ୍ତି । ଏହା ଇଂଲଣ୍ଡର ଏକ ସଂସ୍ଥା ଓ ଏହାକୁ "ବାର୍ଡ଼ ଲାଇଫ ଇଣ୍ଟରନ୍ୟାସନାଲ', "ଫଉନା ଏଣ୍ଡ ଫ୍ଲୋରା ଇଣ୍ଟରନ୍ୟାସନାଲ' ଓ "ଦ ୱାଇଲ୍ଡ଼ ଲାଇଫ କନଜର୍ଭେସନ ସୋସାଇଟି' ପକ୍ଷରୁ ଗଠନ କରାଯାଇଛି । ଚଳିତ ବର୍ଷ ଭାରତରୁ ତଥା ଓଡ଼ିଶାରୁ ପ୍ରଥମ ଥର ପାଇଁ ସମ୍ମାନିତ ହେବା ପାଇଁ ଶ୍ରୀ ପତିଙ୍କୁ ମନୋନିତ କରାଯାଇଛି । ଶ୍ରୀ ପତି ଏକାଧାରରେ ଜଣେ ପ୍ରକୃତୀ ପ୍ରେମୀ, ଯୁବ ବୈଜ୍ଞାନିକ ତଥା ପରିବେଶବିତ । ଲୋପ ପାଇବାକୁ ଯାଉଥିବା ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ରହିଥିବା ସଂସ୍ଥା "ଆସୋସିଏସନ ଫର ବାଓ ଡାଇଭର୍ସିଟି କନଜର୍ଭେସନ'ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପତ୍ରିକାରେ ତାଙ୍କର ଲେଖା ପ୍ରକାଶ ପାଇବା ସହ ଅଜସ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । 

 

0
0
0
s2sdefault