ହେଡଲାଇନସ୍:

ଜନ୍ମଦାତା, ଶିକ୍ଷା ଦାତା ଓ ଅନ୍ନଦାତାଙ୍କୁ ଭୁଲିଯିବା ଅନୁଚିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦ୍ୱୀପାଂଚଳ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ବୈଠକ

11-07-18-mo-school.jpg - 37.07 kB  ଯାଜପୁର (ଜୟଶଙ୍କର ଦାଶ) :  ରସୁଲପୁର ବ୍ଲକ୍ ଅନ୍ତର୍ଗତ ଦ୍ୱିପାଂଚଳ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣ ନରସିଂହପୁର ଠାରେ ପ୍ରଧାନ ଶିକ୍ଷକ ପର୍ଶୁରାମ ଭଂଜଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ‘ମୋ ସ୍କୁଲ ଅଭିଯାନ’ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅମୂଲ୍ୟ କୁମାର ଦାସ, ଅଶୋକ କୁମାର କର, ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଭାତୀ ଧଳ, ଉମେଶ ଚନ୍ଦ୍ର ବିଶ୍ୱାଳ, ଓ ତପନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଆଦେଶ କ୍ରମେ ‘ମୋ ସ୍କୁଲ ଅଭିଯାନ’ ସଂପର୍କରେ ବିଶଦ ବାଖ୍ୟା କରି ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।  ଉକ୍ତ ବିଦ୍ୟାଳୟର ଉଦ୍ୟୋକ୍ତା, ସ୍ଥାନୀୟ ଗ୍ରାମବାସୀ ଓ ଅଂଚଳବାସୀଙ୍କ ଆରମ୍ଭରୁ ବିଦ୍ୟାଳୟକୁ ସହଯୋଗ ଓ ସହଭାଗକୁ ଭୂରି ଭୂରି ପ୍ରଶଂସା କରିବା ସହିତ ଏଠାରୁ ପାଶ୍ କରି ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଶୁଭାଷିଶ ଦେଇ ସହଯୋଗ ମଧ୍ୟ କାମନା କରିଥିଲେ । ଜନ୍ମଦାତା, ଶିକ୍ଷା ଦାତା ଓ ଅନ୍ନଦାତାଙ୍କୁ ଭୁଲିଯିବା ଅନୁଚିତ ବୋଲି ସହକାରୀ ଶିକ୍ଷକ ଅମୂଲ୍ୟ କୁମାର ଦାସ କହିଥିଲେ । ପୁରାତନ ଛାତ୍ର ମାନଙ୍କ ମଧ୍ୟରୁ ରୁଦ୍ର ନାରାୟଣ ମହାନ୍ତି ଓ ପ୍ରଶାନ୍ତ କୁମାର ପୁହାଣ, ପାଠ ପଢିବା ସମୟର ବିଭିନ୍ନ ଅନୁଭୁତି ଓ ସ୍ମୃତି ଚାରଣ କରିବା ସହିତ ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।

 ଉକ୍ତ ବୈଠକରେ ଏକ କମିଟି କରାଯାଇ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ ବର୍ଷର ଛାତ୍ର ରୁଦ୍ର ନାରାୟଣ ମହାନ୍ତିଙ୍କୁ ସଭାପତି, ଗୁରୁ ଚରଣ ବେହେରାଙ୍କୁ ଉପ-ସଭାପତି, ପ୍ରଶାନ୍ତ କୁମାର ପୁହାଣଙ୍କୁ ସଂପାଦକ ଓ ଶ୍ୟାମ ସୁନ୍ଦର ରାଜଙ୍କୁ କୋଷାଧ୍ୟକ୍ଷ ଭାବେ ପ୍ରସ୍ତାବକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଆସନ୍ତା ତା୨୮.୦୭.୨୦୧୮ରିଖରେ ପରବର୍ତୀ ବୈଠକ ହେବ ଓ ଉକ୍ତ ବୈଠକରେ ଯେପରି ଶତ ପ୍ରତିଶତ ପୁରାତନ ଛାତ୍ର ଉପସ୍ଥାପନା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଭଂଜ ନିବେଦନ କରିଥିଲେ । କମିଟିର ସୁପରିଚାଳନା ଓ ସୁସଂଗଠନ ପାଇଁ ସ୍ଥାନୀୟ ଅଂଚଳର ପ୍ରତ୍ୟେକ ଗ୍ରାମରୁ ଜଣେ ଲେଖାଏଁ ପୁରାତନ ପିଲାଙ୍କୁ ନେଇ ଏକ କୋର କମିଟି ଗଠନ କରାଯିବ ବୋଲି ଶ୍ରୀ ଭଂଜ ଜଣାଇଛନ୍ତି ।

0
0
0
s2sdefault