ହେଡଲାଇନସ୍:

ଓମ ଭ୍ୟାଲି ସ୍କୁଲ ଅଭିଭାବକ ସଂଘ ର ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ , ( ଗୌରବ ଦର୍ଜୀ)-ଟିଟିଲାଗଡ଼ ସହରରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ଏବଂ ଅଭିଭାବକ ମଧ୍ୟରେ ସ୍କୁଲର ଫିଜ କୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ସ୍କୁଲ କମିଟି ବର୍ଦ୍ଧିତ ସ୍କୁଲ ଫିଜ କୁ ନେଇ ସୃଷ୍ଟିକରଣ ମାଧ୍ୟମରେ ଏହା ଫିଜ ବୁଦ୍ଧି ନୁହେଁ ବରଂ ଫିଜ ର ଧାରାକୁ ପରିବର୍ତନ କରାଯାଇଥିବା କହୁଥିବା ବେଳେ ଅଭିଭାବକ ସଂଘ ମହାମାରି କରୋନା ସମୟରେ ସ୍କୁଲ କମିଟି ୧୩୦ ପ୍ରତିଶତ ଫିଜ ବୃଦ୍ଧି କରିଥିବାରୁ ଅସନ୍ତୋଷ ପ୍ରକାଶ କରି ଟିଟିଲାଗଡ ଶିକ୍ଷା ବିଭାଗରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । ଏମିତିକି ଏନେଇ ଏକ ରିଟ ପିଟିସନ ମଧ୍ୟ ଓଡିଶା ହାଇକୋର୍ଟରେ ଦାଖଳ କରିଥିଲେ । ତେବେ ହାଇକୋର୍ଟ ବଦ୍ଧିତ ଫିଜର ପୁଣି ଥରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ବିଭାଗ କୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ଏନେଇ ତଦନ୍ତ ଆରମ୍ଭ କରିବା ସହ ସ୍କୁଲ କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବିଷୟ ଆଜି ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲ ଅଭିଭାବକ ସଂଘ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛି । ଟିଟିଲାଗଡ଼ ରାଜେନ୍ଦ୍ର କ୍ଲବ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓମ ଭ୍ୟାଲି ସ୍କୁଲର ଅଭିଭାବକ ମାନେ ସୂଚନା ଦେଇଛନ୍ତି ଯେ ଗତ କିଛି ମାସ ଧରି ସ୍କୁଲ ଅଭିଭାକମାନେ ବଦ୍ଧିତ ଫିଜ କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ ସ୍କୁଲ ପରିଚାଳନା କମିଟି ତଥା ସ୍କୁଲର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଆସୁଥିଲେ। ହେଲେ କୌଣସି ବୁଝାମଣା ନହେବାରୁ ଆଇନର ଆଶ୍ରୟ ନେଇଥିବା କହିଛନ୍ତି । ଘରୋଇ ସ୍କୁଲ ହୋଇଥିବାରୁ ଆବଶ୍ୟକ ଫିଜ ଯାହା ନିୟମ ମୁତାବକ ରହିବା କଥା ସେହି ଫିଜ ବ୍ୟବସ୍ଥା ଲାଗୁ କରିବା କିମ୍ବା ଅଭିଭାବକମାନଙ୍କ ସହ ଆଲୋଚନା କରି ଫିଜ ବୃଦ୍ଧି କରାଯାଇଥିଲେ ସମସ୍ୟା ଉଗ୍ର ରୂପ ଧାରଣ କରିନଥାନ୍ତା ବୋଳି ସାମ୍ବାଦିକ ସମ୍ମିଳନୀରେ ଅଭିଭାବକ ସଂଘ ପ୍ରକାଶ କରିଛି । ଏମିତିକି ଏହି ସମସ୍ୟାର ତୁରନ୍ତ ସମାଧାନ ହେଲେ ପିଲାମାନଙ୍କ ପାଠପଢା ଠିକ ଭାବରେ ହୋଇପାରିବା ସହ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେବାରୁ ରକ୍ଷା ପାଇବ । ଏଥିପାଇଁ ସ୍କୁଲ ପରିଚାଳନା କମିଟି ଆଗେଇ ଆସି ଅଭିଭାବକ ମାନଂକ ସହ ଆଲୋଚନା କରିବା ଜରୁରୀ ବୋଳି ସାମ୍ବାଦିକ ସମ୍ମିଳନୀ ରେ ଅଭିଭାବକ ସଂଘର ଆବାହକ ପ୍ରମୋଦ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ସ୍ଥାନିୟ ଶିକ୍ଷା ବିଭାଗ ଏବଂ ସ୍କୁଲ ପରିଚାଳନା କମିଟି ପିଲାମାନଙ୍କ ଅନଲାଇନରେ ସାମିଲ କରି ପାଠ ପଢା ଜାରି ରଖିବା ସହ ସାନିଟାଇଜର ଫିଜ ଏବଂ ଅତିରିକ୍ତ କାର୍ଯ୍ୟକଳାପ ଫିଜ କୁ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଏବଂ ଆଗକୁ ଫିଜ ସମସ୍ୟାର ସମାଧାନ ପାଇଁ ଶିକ୍ଷା ବିଭାଗ ସହ ସ୍କୁଲ ପରିଚାଳନା କମିଟିକୁ ନିବେଦନ କରିଛନ୍ତି ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଅଭିଭାବକ ସଂଘର ସଭାପତି ଦେବବ୍ରତ ଷଡଙ୍ଗୀ , ଆଇନଜିବୀ ସଞ୍ଜିବ ପାଢୀ , ଶଙ୍କର ଅଗ୍ରୱାଲ,  ଶଙ୍ଖନାଦ ମେହେର , ଦେବେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault