ହେଡଲାଇନସ୍:

ଯାଦବ ବୁଦ୍ଧିଜୀବୀ ପରିଷଦର ଓଡିଶାର ଵୈଠକ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋନପୁର /ଡୁଙ୍ଗୁରିପାଲି(ପ୍ରକାଶ ହାତୀ) : ସୁବର୍ଣ୍ଣ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ରବିବାର ସୋନପୁର ଜିଲ୍ଲା ଯାଦବ  ମହାସଭା ସଭାପତି ତପନ ଯୁଆଡି ଙ୍କ ସଭାପତିତ୍ୱରେ ଯାଦବ ବୁଦ୍ଧିଜୀବୀ ପରିଷଦର ଓଡିଶା ର ଏକ ଵୈଠକ ଅନୁଷ୍ଠିତ ହୋଇଥିଲା। ଏହି ଵୈଠକ ବୁଦ୍ଧିଜୀବି ପରିଷଦ ର ଆବାହକ ଧବଳେଶ୍ବର ଵାଘ ,ସଂପାଦକ ପୀତବାସ ବେହେରା ତଥା କଳାହାଣ୍ଡି ଜିଲ୍ଲା ରୁ ଶ୍ରଵଣ କୁମାର ଗୁପ୍ତ,ନାରାୟଣ ବଗର୍ତ୍ତି,ବଲାଙ୍ଗିର ଜିଲ୍ଲା ରୁ କବିରାଜ ଭୋଇ,ଦିବାକର ପୋଢ଼ ପ୍ରମୁଖ ତଥା ସୋନପୁର ଜିଲ୍ଲାର ସମସ୍ତ ୬ଟିଯାକ ବ୍ଳକ ରୁ ଯାଦବ ସଭାପତି ଓ ସଂପାଦକ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଯୁବ ଯାଦବ ମହାସଭାର ସଂପାଦକ ପ୍ରକାଶ କୁମାର ହାତୀ ସଭାପତି ସୁରେଶ ଷାଣ୍ଢ ଯୋଗ ଦେଇଥିଲେ।ସଭା ପ୍ରାରଂଭରେ ମୁଖ୍ୟଅତିଥି ଏବଂ ସୋନପୁର ଜିଲ୍ଲାରୁ ଆସିଥିବା ଯାଦବ ମନେ ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଓ ସମଲେଶ୍ବରୀ ଙ୍କ ପୂଜାର୍ଚ୍ଚନା କରିବା ପରେ  ନିଜ ନିଜର ବକ୍ତବ୍ୟ ଦେଇଥିଲେ। ସଂପ୍ରତି ଯାଦବ ମାନଙ୍କ ସାମାଜିକ ଅର୍ଥନୈତିକ ଓ ଶିକ୍ଷା ତଥା ରାଜନୀତି କ୍ଷେତ୍ରରେ ଉନ୍ନତି ସକାଶେ ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଶେଷରେ ଏହି ଯାଦବ ବୁଦ୍ଧିଜୀବି ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅତିଥିମାନେ ଅଲୋକ ପାତ କରିଥିଲେ।ସରକାରଙ୍କ କୋଭିଡ୧୯ ନିୟମ ଅନୁଯାୟୀ 

0
0
0
s2sdefault