ହେଡଲାଇନସ୍:

ଚତୁର୍ଥ ସ୍ଥମ୍ଭ ଉପରେ ଆକ୍ରମଣ ବିରୋଧରେ ତାତିଲା କନ୍ଧମାଳ ମିଳିତ ସାମ୍ବାଦିକ ମଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦିନକୁ ଦିନ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି I ଯାହାକୁ ନେଇ ଏବେ ବିପଦରେ ଚତୁର୍ଥ ସ୍ଥମ୍ଭ I ଏଥିରୁ ବାଦ ପଡ଼ି ନାହିଁ କନ୍ଧମାଳ ଜିଲ୍ଲା I କନ୍ଧମାଳ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମ ବଢ଼ିବାରେ ଲାଗିଛି I ଏହି ସାମ୍ବାଦିକ ଆକ୍ରମ ଘଟଣାକୁ ନେଇ ତାତିଲେ କନ୍ଧମାଳ କାର୍ଯ୍ୟରତ ସାମ୍ବାଦିକ I ଏହାର ପ୍ରତିବାଦରେ ଜିଲାପାଳ କନ୍ଧମାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି I କନ୍ଧମାଳ କାର୍ଯ୍ୟରତ ସାମ୍ବାଦିକ I କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନ ଉପରେ ହେଉ ଥିବା ଆକ୍ରମଣ ଘଟଣାକୁ ନେଇ ଗଠିତ କନ୍ଧମାଳ ମିଳିତ ସାମ୍ବାଦିକ ମଞ୍ଚର ବୈଠକ ଫୁଲ ବାଣୀଠାରେ ଅନୁଷ୍ଠିତ ହୋଇ ଯାଇଛି I  ସାମ୍ବାଦିକ ଅଶୋକ ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ସଭାରେ ମିଳିତ ମଂଚର ଆବାହକ ସୁନୀଲ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା, ସୁନୀଲ ପଟ୍ଟନାୟକ, ସଦାଶିବ ପାତ୍ର, ପ୍ରଶାନ୍ତ ବେହେରା, ଶିବାନନ୍ଦ ପଟ୍ଟନାୟକ, ଅଶୋକ ପରିଡା, ସନ୍ତୋଷ ଡିଗାଲ, ସତ୍ୟ ନାରାୟଣ ବେହେରା, ମିଲନ କହଁର, ସନ୍ତୋଷ ଦାସ, ମନୋରଞ୍ଜନ ରାୟ, ଗଗନ କୁମାର ପ୍ରଧାନ, ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା I

ମିଳିତ ମଂଚ ସାମ୍ବାଦିକଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଲଢେଇ କରିବ ବୋଲି ନିଷ୍ପତି ହୋଇଥିଲା I ବିଗତ ଦିନରେ ରାଇକିଆ, ଘୁ.ଉଦୟଗିରି, ଟିକାବାଲି ଓ ଫୁଲବାଣୀ ଠାରେ ହୋଇ  ସାମ୍ବାଦିକଙ୍କ ଉପରେ ହୋଇ ଥିବା ଆକ୍ରମଣ ଏବଂ ଦୁର୍ବ୍ୟବହାର ଘଟଣାକୁ ଗୁରୁତ୍ଵର ସହ କନ୍ଧମାଳ ସାମ୍ବାଦିକ ମିଳିତ ମଞ୍ଚ ଗ୍ରହଣ ସହ ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛି କନ୍ଧମାଳ ସାମ୍ବାଦିକ ମିଳିତ ମଞ୍ଚ I କିଛି ଦିନ ପୂର୍ବେ ଟିକାବାଲିରେ ମହିଳା ଆରଆଇ ମଧୁ ସ୍ମିତା ନାୟକ ସାମ୍ବାଦିକ ହେମନ୍ତ ମୁଖୀଙ୍କୁ ଓ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ସମ୍ବାଦ ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ପ୍ରଶାନ୍ତ ଜେନାଙ୍କୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଦୁବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ପ୍ରଶାସନ କାଳ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟନୁଷ୍ଠାନଗ୍ରହଣ କରିବା ଦାବୀ କରି ମିଳିତ ମଂଚ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଓ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି I ଯଦି ପ୍ରଶାସନ ସାମ୍ବାଦିକଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି, ତାହା ହେଲେ ଏହି ଆନ୍ଦୋଳନ ଉଗ୍ରରୂପ ନେବ ବୋଲି କନ୍ଧମାଳ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି I

0
0
0
s2sdefault