ବରଗଡ଼ : ୯ ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ କୁ ସମର୍ଥନ କଲେ ଦିପ୍ତିପୁର ଶାଖା ମୋଟର ଚାଳକ ସଂଘ। ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ,ଚାଲକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି,ଶ୍ରମ ବିଭାଗ ଦ୍ବାରା ପଞ୍ଜିକରଣ କରାଯିବା,୬୦ଵର୍ଷ ରୁ ଉର୍ଦ୍ଧ୍ବ ଚାଲାକ କୁ ପେନସନ,କରୋନା ରେ ପ୍ରାଣ ହରାଇଥିବା ଚାଲକ ଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା, ଚାଲକ ଙ୍କ ଭୋଟ ଦେବା ଅଧିକାର ଦାବି ନେଇ ୧୨ ଘଣ୍ଟିଆ ବନ୍ଦ କରିଛି ଓଡ଼ିଶା ମୋଟର ଚାଳକ ସଂଘ ଦିପ୍ତିପୁର ଶାଖା। ଏଥିରେ ବରଗଡ଼ ଗୁଦେରପାଲି ପଦ୍ମପୁର, ବରଗଡ଼ ସୋହେଲା ପଦ୍ମପୁର ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା। ଏଥିରେ ଦିପ୍ତିପୁର ମୋଟର ଚାଳକ ଶାଖା ଅନ୍ତର୍ଭୁକ୍ତ ଗୁଦେରପାଲି,ମେଲଛାମୁଣ୍ଡାଓସର୍ଗିବାହାଲ ଚାଲକ କର୍ମଚାରୀ ସାମିଲ ହୋଇଥିଲେ।
ରାଜ୍ୟ
୯ଦଫା ଦାବି ନେଇ୧୨ଘଣ୍ଟିଆ ବନ୍ଦ କଲେ ଦିପ୍ତିପୁର ଶାଖା ମୋଟର ଚାଲକ ସଂଘ
- Hits: 701








