ହେଡଲାଇନସ୍:

ବ୍ୟାଙ୍କ ଲୁଟିଲେ ଡକାୟତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ବନ୍ଧୁକ ମୁନରେ  ଡକାୟତି , ୨ଲକ୍ଷ ୮୭ହଜାର ୧୦ଟଙ୍କା ଲୁଟ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ:- ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କିରେଇ ଗ୍ରାମର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଆଜି ପାଖାପାଖି ଦିନ ୨ ଟା ସମୟରେ ବନ୍ଧୁକ ମୁନରେ ହୋଇଛି ଡ଼କାୟତି | ସୂଚନା ମୁତାବକ ବ୍ୟାଙ୍କ ପ୍ରବନ୍ଧକଙ୍କ କହିବା ଅନୁଯାୟୀ ଦିନ ୨ ଟା ପାଖାପାଖି ବ୍ୟାଙ୍କ ପରିସର ଭିତରେ ୪ ଜଣ ଯୁବକ ପ୍ରବେଶ କରିଥିଲେ ସେହି ସମୟରେ ବ୍ୟାଙ୍କ ଭିତରେ ପ୍ରବନ୍ଧକ ନିଲକାନ୍ତ କୁମାର , ଡିଲେଶ୍ୱର ଭୋଇ ମେସେଞ୍ଜର ଟେଂପ୍ରେରାରି , କେସିଆର ରାଖୀ କୁଜୁର ଏବଂ ଏସବିଆଇ ଲାଇଫ ଇନ୍ସୁରାନ୍ସ କର୍ମଚାରୀ ସଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ | ହଟାତ ଦୁଇଜଣ ଯୁବକ କେସିଆର ଶ୍ରୀମତୀ କୁଜୁରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ପଇସା କାଢ଼ିବା ପାଇଁ କହିଥିଲେ କେସିଆର ଜଣକ ଆବକ ହୋଇ  ମୁହଁ ସ୍ୱବ୍ଧ ହୋଇ ଆରେ ଆରେ କହିବା ଭିତରେ ସାଇଡ଼ ଚେୟାର ରେ ବସିଥିବା ବ୍ୟାଙ୍କ ପ୍ରବନ୍ଧକ କଣ ହେଲା ବୋଲି କହିବା ପରେ ତାଙ୍କର ପଛପଟୁ ଆଉ ଜଣେ ଯୁବକ ବନ୍ଧୁକ ଲଗାଇ ଚୁପଚାପ ରୁହ ହାତ ଉପରକୁ ଉଠାଅ ବୋଲି କହିଥିଲେ ପ୍ରବନ୍ଧକ କଣ କରିବେ କିଛି ଭାବି ପାରିନଥିଲେ | ସେମାନେ  କେସିଆର ଆଡକୁ ବନ୍ଧୁଙ୍କ  ଲଗାଇ ଷ୍ଟ୍ରୋଙ୍ଗ ରୁମକୁ ନେଇଯାଇ  ଲକର ଖୋଲ ବୋଲି  ବନ୍ଧୁକ ମୁନରେ ଡ଼ରାଇ ଥିଲେ  | ଷ୍ଟ୍ରୋଙ୍ଗ ରୁମ ଲକରରୁ ଏବଂ କେସିଆରଙ୍କ ଡ୍ର ଲକର ରୁ ୨ଲକ୍ଷ ୮୭ହଜାର ୧୦ଟଙ୍କା କାଢି ନେଇଥିଲେ  ତତସହିତ ଅନ୍ୟ ତିନିଜଣଙ୍କୁ ହାତଟେକ ଏବଂ ଚୁପଚାପ ରୁହ ବୋଲି କହି ଲାଟରିଂ ରୁମରେ ପୁରେଇ ହାତ ଉପରକୁ ଟେକି ଠିଆହୋଇ ରୁହ ନଚେତ ଗୋଲୀ ମାରିଦେବୁ ବୋଲି ଡ଼ରାଇଥିବା କଥା ପ୍ରବନ୍ଧକ ସୂଚନା ଦେଇଛନ୍ତି ତାହା କେତେଦୂର ସତ୍ୟ  ସିସିଟିଭି ଫୁଟେଜ ଯାଞ୍ଚ ସଠିକ ଭାବରେ ତଦନ୍ତ ହେଲାପରେ ଜଣାପଡିବ  |   ବ୍ୟାଙ୍କ ପ୍ରବନ୍ଧକ ଆହୁରି କହିଛନ୍ତି ଚାରୋଟି ଯାକ ଲମ୍ବା ହାଇଟ  ପତଳା ସାଇଜ  ଯୁବକ ଥିଲେ ସମସ୍ତଙ୍କ ହାତରେ ପିସ୍ତଲ ଥିଲା ଦୁଇଜଣ ମାକ୍ସ ଲଗାଇ ଥିବା ବେଳେ ଦୁଇ ଜଣ ଲଗାଇ ନଥିଲେ ଏବଂ ଜଜେ ହୁଆଇଟ ଫୁଲ ସାର୍ଟ ପିନ୍ଧିଥିଲା ସେମାନେ ହିନ୍ଧି ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି | ହେଲେ ଏଠିପ୍ରଶ୍ନ ଉଠେ ଯେ ଛୋଟମୋଟ ବ୍ୟାଙ୍କ ହେଉ କିମ୍ବା ବଡ଼ ବ୍ୟାଙ୍କ ସିକୁରୀଟି ଗାର୍ଡ ରଖିବା କଥା କିନ୍ତୁ କୌଣସି ସିକୁରୀଟି ଗାର୍ଡ ମଧ୍ୟ ବ୍ୟାଙ୍କ ପକ୍ଷରୁ ମୁତୟନ କରାଯାଇ ନଥିବା କାରଣରୁ ହିଁ ଏହିପରି ଅଘଟଣ ଘଟୁଛି ବୋଲି ଅଞ୍ଚଳ ବାସୀ ଚର୍ଚ୍ଚା କରୁଥିବା ଶୁଣିବା ପାଇଁ ମିଳୁଛି । ଘଟଣା ସ୍ଥଳରେ ସୁନ୍ଦରଗଡ ଏସ୍ପି ଏବଂ ସଦର ଥାନା ପୋଲିସ ଡିଆଇଭି ପୋଲିସ ଟିମ ପହଞ୍ଚି ତଦନ୍ତ ଚଲାଇଛନ୍ତି ।

0
0
0
s2sdefault