ବିଜୁ ଏକ୍ସପ୍ରେସ ୱେରୁ ଜବରଦଖଲ ଉଚ୍ଛେଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜୁ ଏକ୍ସପ୍ରେସ ୱେ ରାଜ୍ୟ ସରକାରଙ୍କର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳରେ ଗମନାଗମନ ବିକାଶ ହେବା ସହିତ ଲୋକଙ୍କର ଆର୍ଥିକ ଅବସ୍ଥାରେ ଅନେକ ପରିବର୍ତ୍ତନ ଆସିବ । ମୁଖତଃ କହିବାକୁ ଗଲେ ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ଅଂଚଳର ବିକାଶ କ୍ଷିପ୍ର ଗତିରେ ବଢି ଚାଲିବ । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ରେ ନିର୍ମାଣ କରାଯାଉଥିବା ବିଜୁ ଏକ୍ସପ୍ରେସ ୱେ ଆଗାମୀ ଦିନରେ ପଶ୍ଚିମ ଓଡିଶାର ଲାଇଫ ଲାଇନ ଭାବରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ । 

       ବିଭିନ୍ନ କାରଣକୁ ନେଇ ଗତ କିଛି ମାସ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ ରେ ଆଶାନୁରୂପ ଅଗ୍ରଗତି ଦେଖା ନ ଯାଉଥିବା  ରୁ ପ୍ରଶାସନିକ ଅଧିକାରୀ ମାନଙ୍କର ପାଇଁ ଚିନ୍ତାର କାରଣ ପାଲଟି । ମୁଖ୍ୟ ସମସ୍ୟା ରାସ୍ତା ପାଇଁ ଜମି ଅଧିଗ୍ରହଣ । କିଛି ସ୍ଥାନରେ ଜମି ଅଧିଗ୍ରହଣ ପାଇଁ ଅନେକ ଆଇନ ଗତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ପ୍ରଶାସନକୁ । କିଛି ସରକାରୀ ଜମି ଜବରଦଖଲ କାରୀଙ୍କର କବ୍ଜାରେ ରହିଯାଇଛି । ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ମାଣ୍ଡୋସିଲି ଗ୍ରାମର ମୁଖ୍ୟ ଛକ ଠାରେ ଥିବା ଜବରଦଖଲ କୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ଉପସ୍ଥିତ ରେ ଉଚ୍ଛେଦ କରାଯାଇଛି । ଏହି ସ୍ଥାନରେ ଥିବା ଦୋକାନ ଘର ଗୁଡିକୁ ପ୍ରଶାସନ ଦ୍ୱାରା ତିନିଗୋଟି ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଏହି ଉଚ୍ଛେଦ କାର୍ଯ୍ୟକ୍ରମ ରେ ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ ମାଜିଷ୍ଟ୍ରେଟ ଦାଇତ୍ୱ ରେ ଥିବା ବେଳେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ସ୍ଥାନୀୟ ରାଜସ୍ବ ନିରୀକ୍ଷକ , ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଅନୀଲ କୁମାର ପ୍ରଧାନ , ସବିନ୍ସପେକ୍ଟର ଶ୍ରୀ ବିପିନ ବାଗ ,ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କର ସହିତ ବିପୁଳ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିଲା । ଉଚ୍ଛେଦ ସ୍ଥାନରେ ସାମାନ୍ୟ ପ୍ରତିବାଦ ବ୍ୟତୀତ କୋଣସି ପ୍ରକାର ଉତ୍ତେଜନା ଦେଖିବାକୁ ମିଳିନଥିଲା ।

0
0
0
s2sdefault