ହେଡଲାଇନସ୍:

ଗଛ ଉପାଡି ଗାଡି ପଶାଇବାକୁ ବଡଗୋପାଳପୁର ମହିଳାଙ୍କ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେତନଟୀ(ଶାସକ ପ୍ରଶାସକ)  : ବେତନଟୀ ରେଞ୍ଜର ବୈଶିଙ୍ଗା ବନପାଳ କ୍ଷେତ୍ରର ବଡଗୋପାଳପୁର ରିଜର୍ଭ ଜଙ୍ଗଲ ଦେଇ କୈଳାସ ଫିସାରୀକୁ ଯାଇ ଯାଆଁଳ ଆଣିବାକୁ କେତେକ ଗାଡି ପହଁଞ୍ଚି ଥିଲା । ଗତ ଦୁଇ ଦିନ ତଳେ ଏଠାରେ ହୋଇ ଥିବା ବନୀକରଣ ଉପର ଦେଇ ଗାଡି ମୋଟର ଗଲେ ଗଛ ଗୁଡିକ ନଷ୍ଟ ହୋଇ ଯିବ ଓ ପର୍ଯ୍ୟାବରଣ ନଷ୍ଟ ହେବ ଏହାକୁ ନେଇ ଗ୍ରାମର ଜନସାଧାରଣ ଗାଡି ପଶିବାକୁ ବିରୋଧ କରି ଥିଲେ । ବିଶେଷ କରି ଗ୍ରାମର ଶତାଧିକ ମହିଳା ବାହାରି ନୂତନ ଭାବେ ଲଗା ଯାଇ ଥିବା ଚାରା ଓ ଜଙ୍ଗଲ ନଷ୍ଟ ନକରିବାକୁ ଅନୁରୋଧ କରି ଥିଲେ । ଘଟଣା ସ୍ଥଳରେ ପହଁଞ୍ଚି ବୈଶିଙ୍ଗା ପୋଲିସ ଗ୍ରାମବାସୀ ଓ ମହିଳା ମାନଙ୍କୁ ବୁଝାସୁଝା କରି ଥିଲେ । ହେଲେ ଗ୍ରାମବାସୀ ମାନେ ଜଙ୍ଗଲ ଆମର ମାଆ ପରି ଓ ଭିଟାମାଟିରେ କେହି ପ୍ରଦ୍ୟୁଷଣ ଚାହିଁବେ ନାହିଁ ବୋଲି ରୋକଠୋକ ମନା କରି ଦେଇ ଥିଲେ । ପରେ ପୋଲିସ ଓ ଗାଡି ଗୁଡିକ ଫେରି ଯାଇ ଥିଲେ । ପ୍ରକାଶ ଥାଉକି ବଡଗୋପାଳପୁର ରିଜର୍ଭ ଜଙ୍ଗଲ ଦେଇ କୈଳାସ ଫିସାରୀ ରାସ୍ତା ବନାଇ ଦୀର୍ଘ ଦିନ ଧରି ନିଜର ବ୍ୟବସାୟ ଚଳାଇ ଆସୁ ଥିଲେ । ହେଲେ ଗତ ୟଶ ବାତ୍ୟା ପରେ ଜଙ୍ଗଲ କମିଟୀର ବିନା ପରାମର୍ଶରେ ଗଛ ଗୁଡିକ କାଟି ବୋହି ନେବାକୁ ନେଇ ଜଙ୍ଗଲ ସୁରକ୍ଷା କମିଟୀ ପ୍ରତିବାଦ କରି ଥିଲେ । ଏହି ପ୍ରତିବାଦ ବେଳେ ହରିହର ବେହେରା ନାମକ ଜଣେ ସଦସ୍ୟଙ୍କୁ କୈଳାସ ଫିସାରୀ ମାଲିକ ମାନଙ୍କ ଭୁଜାଲି ମାଡ ହେତୁ ଗ୍ରାମ ଓ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

0
0
0
s2sdefault