ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମ ପଂଚାୟତ ,ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀ ପଡା ନିବାସୀ ଛତରାମ ଧନୁଆର ନାମକ ଜଣେ ବ୍ୟକ୍ତି ପାଇକମାଲ ଥାନାର କେଶ ନମ୍ବର ୧୮୨/19 ଅନୁସାରେ ଗତ ନଭେମ୍ବର ମାସରୁ ପଦ୍ମପୁର ଉପଖଣ୍ଡ କାରାଗାର ରେ ଥିଲେ । ଇତି ମଧ୍ୟରେ କୋର୍ଟରୁ ତାଙ୍କର ଜାମିନ ଆଦେଶ ମଧ୍ୟ ହୋଇ ଯାଇଥିଲା କୋର୍ଟରୁ ସିନା ଵେଲ ମିଳିଥିଲା, ହେଲେ ମହାମାରୀ ତାଙ୍କୁ ଦେଲାନି ଜାମିନ | ପଦ୍ମପୁର ଜେଲକୁ କୋରୋନା ମହାମରୀ ପଶିବା ଦ୍ୱାରା ଛତରାମ ମଧ୍ୟ କୋରୋନା ଆକ୍ରାନ୍ତ ହୋଇ ପଦ୍ମପୁର କୋବିଡ଼ କେୟାର ସେଣ୍ଟର ରେ ଚିକିତ୍ସିତ ହେଉଥିଲେ । ଗତ କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇ ଯାଇଥିବା ପରିବାର ସୂତ୍ରରୁ ଜଣା ପଡ଼ିଛି । ଆଜି ପଦ୍ମପୁର ଠାରେ କୋବିଡ଼ ନିୟମାବଳୀ ଅନୁସାରେ ତାଙ୍କର ସଂସ୍କାର କରାଯିବ ବୋଲି ଜଣା ପଡ଼ିଛି ।
ରାଜ୍ୟ
କୋର୍ଟରୁ ଵେଲ ମିଳିଥିଲା, ହେଲେ ମହାମାରୀ ଦେଲାନି ଜାମିନ
- Hits: 2105