ନୟାଗଡ଼ (ବିଶ୍ୱଜିତ ନାୟକ ) -ନୟାଗଡ଼ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ପ୍ରତିଟି ଦିନ ଶହ ଶହ ରୋଗି ଆସୁଥିବା ବେଳେ ଯଥେଷ୍ଟ ପରିମାଣର ଶଯ୍ୟା ଉପଲବ୍ଧ ରୁହେନାହିଁ । ଏହାକୁ ଦୂର କରିବା ପାଇଁ ନୟାଗଡ଼ ମୁଖ୍ୟଚିକିତ୍ସାଳୟ ପରିସରରେ ଶହେ ଶଯ୍ୟା ବିଶିଷ୍ଟ ଚିକିତ୍ସାସୁବିଧା ପାଇଁ ଗୃହ ନିର୍ମାଣ କାଯ୍ୟ ଶୁଭାରମ୍ଭ କରାଯାଇଛି । ଏହା 29 କୋଟି ବ୍ୟୟରେ 6 ମହଲା ବିଶିଷ୍ଟ ନୂତନ ଜ୍ଞାନକୌଶଳରେ ଏକ ଗୃହ ନିର୍ମାଣ କରାଯିବ । ଏହି ଗୃହରେ ଅତ୍ୟାଧୁନିକ ସୁବିଧା ସୁଯଗ ଉପଲବ୍ଧ ରହିବ ।ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ .ଅରୁଣ କୁମାର ସାହୁ , ଜିଲ୍ଲାପାଳ ଡ଼ .ପୋମା ଟୁଡୁ , ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏସ.ଡି ,ଜିଲ୍ଳା ମୁଖ୍ୟଚିକିତ୍ସାଧିକାରୀ ଡ଼ା .ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାଯ୍ୟର ଶୁଭାରମ୍ଭ ହୋଇଯାଇଛି ।
ରାଜ୍ୟ
ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ଚିକିତ୍ସାସୁବିଧା ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ
- Hits: 400