ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହା ମୋହନା ବ୍ଲକକୁ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଆସି ଶ୍ରୀ ସାହା ପ୍ରଥମେ କାଳିଆପଟା କୋଭିଡ୍ ଗୃହକୁ ଯାଇ ଇସିଜି ଗୃହ , ରଞ୍ଜନରଶ୍ମୀ ଗୃହ ବୁଲି ଦେଖି କର୍ମଚାରୀ ମାନଙ୍କ ସହ ଆଲୋଚନା କରି ମୋହନା ସମିତି ସଭା ଗୃହରେ କୋଭିଡ୍ ନିୟନ୍ତ୍ରଣ ନେଇ ଏକ ବୈଠକ କରିଥିଲେ।
ଉକ୍ତ ବୈଠକରେ ବିଡିଓ଼ ସାର୍ଥକ ସୌରଭ ମହାପାତ୍ର , ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା , ଡାକ୍ତର ତ୍ରିଶୂଳ ସେନାପତି, ଡାକ୍ତର ଏମ .ଶିବରାମ , ବିପିଏମ ବିଭୁ ପ୍ରସାଦ କର , ବି. କୋଟେଶ୍ୱର ରାଓ ଉପସ୍ଥିତ ଥିଲେ।
ବୈଠକ ସମାପ୍ତ ପରେ ମୋହନା ମେଡିକାଲରେ ନିର୍ମାଣ କରାଯାଇଥିବା କୋଭିଡ୍ ପରୀକ୍ଷା ଗୃହ ପରିଦର୍ଶନ କରିବା ସହ ମୋହନା ବ୍ଲକର ସମସ୍ତ ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟ ବିଭାଗ ଓ ଆଶାଜର୍ମୀ , ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରଶଂସା କରିଥିଲେ।