ହେଡଲାଇନସ୍:

ମାସ୍କ ଚେକିଙ୍ଗ ସମୟରେ ଧରାପଡିଲେ ଦୁଇ ନିଶା ଔଷଧ ଚାଲାଣକାରୀ ଯୁବକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଦୁବୁଲାବାହାଲ ଛକ ଠାରେ ପୋଲିସ ପକ୍ଷରୁ ମାସ୍କ ଚେକିଙ୍ଗ ସମୟରେ କୋରେକ୍ସ ନେଇ ଯାଉଥିବା ଦୁଇ ଯୁବକଙ୍କୁ କାବୁ କଲା ମେଲଛାମୁଣ୍ଡା ପୋଲିସ । ଉକ୍ତ ଯୁବକଙ୍କ ଠାରୁ ୫୦ ଗୋଟି କୋରେକ୍ସ,୫୦ ଲିଟର ଅପମିଶ୍ରିତ ନିଶାଦ୍ରବ୍ୟ, ଗୋଟିଏ ସ୍ଟିପ ନିଶା ବଟିକା ଜବତ ଓ ଗୋଟିଏ ହୋଣ୍ଡା ଡ୍ରିମ ବାଇକ(ଓଡି୧୭ଏ୫୨୧୯) ଜବତ କରାଗଲା । ନିଶା ଔଷଧ ଚାଲାଣକାରୀ ଯୁବକ ମାନେ ହେଲେ ପଦ୍ମପୁର ଥାନା ସତୀଭଟା ଗ୍ରାମର ଜୟରାମ ତ୍ରିପାଠୀ ଓ କୁଡାସିଂହା ଗ୍ରାମର ପ୍ରଦୀପ ପୋଢ । ନିଶା ଔଷଧ ଚାଲାଣ ଅଭିଯୋଗରେ ମେଲଛାମୁଣ୍ଡା ଥାନାରେ କେଶ ନମ୍ବର ୭୭/୨୧ ରୁଜୁ କରାଯାଇଥିବା ମେଲଛାମୁଣ୍ଡା ଥାନାଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତ ସୂଚନା ଦେଇଛନ୍ତି ।

0
0
0
s2sdefault