ହେଡଲାଇନସ୍:

ଆନ୍ତର୍ଜାତିକ ପିତୃ-ମାତୃ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ପିତୃ, ମାତୃ ଦିବସ ଅବସରରେ ଆଜି ଅପରାହ୍ନରେ କବି  ବିଚିତ୍ରାନନ୍ଦ ବେବର୍ତ୍ତା , ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ,ଗଜପତିଙ୍କ ପୌରହିତ୍ୟରେ ଏକ ଭର୍ଚୁଆଲ୍ ମାଧ୍ୟମରେ ସ୍ଵରଚିତ କବିତା ଆସର ଅନୁଷ୍ଠିତ ହୋଇସାରିଛି । ପିତା ମାତା ସୃଷ୍ଟିର ଶ୍ରେଷ୍ଟ ଚଳନ୍ତି ଭଗବାନ ଏମାଙ୍କର ବିକଳ୍ପ ନାହିଁ। ଏମାନଙ୍କର  ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମେ ତାଙ୍କୁ ଆମର ଜୀବନ ବ୍ୟାପି ସମର୍ପିତ ମନଭାବ ରଖିବା ଜରୁରୀ। 

ଉଚ୍ଚାରଣରେ ନୁହଁ ଆଚରଣରେ ସେମାନଙ୍କ ଯତ୍ନ ନେବା ବିଧେୟ। ସମସ୍ତ କବିତା ମାଧ୍ୟମରେ ପରିସ୍ଫୁଟ ହୋଇଥିଲା। ପ୍ରାରମ୍ଭରେ କୁନି ଶିଳ୍ପୀ ସୁଶ୍ରୀ ହର୍ଷିତା ପଟ୍ଟନାୟକ (ଜୟପୁର)ଙ୍କ କଣ୍ଠରେ ଆବହ ସଙ୍ଗୀତ ଗାନ ପରେ ଶ୍ରୀ ବେବର୍ତ୍ତାଙ୍କ ସଂଯୋଜନାରେ ୨୦ରୁ ଉର୍ଦ୍ଧ୍ବ ପିତୃ ମାତୃ ସମ୍ବଳିତ କବିତା ପାଠତ୍ସବ ହୋଇଥିଲା। ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭାବଚନ୍ଦ୍ରିକା ଦେବୀ (ଜୟପୁର),ରୂପଶ୍ରୀ ପ୍ରଧାନ(ଭୁବନେଶ୍ୱର),ଲକ୍ଷ୍ମୀନାରାୟଣ ହୋତା(ମାଲକନିଗିରି),ମାଧବୀ ପଣ୍ଡା (କାଶୀନଗର) , ଘନଶ୍ୟାମ ଜେନା(ଗୁରାଣ୍ଡି) , କଳ୍ପନା ପଟ୍ଟନାୟକ , ଅଞ୍ଜନା ପଟ୍ଟନାୟକ , ବିଜୟ କୁମାର ପାଢ଼ୀ(ଭୁବନେଶ୍ୱର) , ପାରଳାଖେମୁଣ୍ଡିରୁ ଭାଗବତ ପାଢ଼ୀ , ଡ଼ାକ୍ତର ମୂର୍ମୁ ,ତନୁଜା ଶତପଥୀ , ଦେବଦତ୍ତ ବେବର୍ତ୍ତା ,  ମିଶ୍ର, ଅମରେଶ ଶତପଥି , ଗୀତାଞ୍ଜଳି ରଥ , ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରଭୃତି ଏହି କବିତା ଆସରରେ ସ୍ୱରଚିତ କବିତା ପାଠ କରିଥିଲେ।। ଶେଷରେ ତନୁଜା ଶତପଥୀ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault