ହେଡଲାଇନସ୍:

ମହାମାରୀ ସମୟରେ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା, ବିଦ୍ୟାଳୟ ପୁଷ୍ଟିବଗିଚାକୁ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା ଓ ତଦାରଖ କମିଟିର ବୈଠକ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆଜି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛିା ଦୂରଭାଷ ମାଧ୍ୟମରେ ହୋଇଥିବା ଏହି ସଭାରେ ଗତବର୍ଷର ମହାମାରୀ ସମୟରେ ସମସ୍ତ ବାଧା ସତ୍ତ୍ୱେ  ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ତାହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲାା ଗତ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଲାଭାର୍ଥୀଙ୍କୁ ସେମାନଙ୍କ ପ୍ରାପ୍ୟ ଚାଉଳ ଓ ପଇସା ବଣ୍ଟା ଯାଇଛିା ପିଲାମାନଙ୍କ ବ୍ୟାଙ୍କଖାତାକୁ କିମ୍ବା ବିଦ୍ୟାଳୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ପଇସା ଓ ଚାଉଳ ଦିଆଯାଇଥିବାବେଳେ, ପିଡିଏସ୍ ରିଟେଲରମାନଙ୍କ ମଧ୍ୟରେ ଚାଉଳ ବଣ୍ଟନ କରାଯାଇଥିଲାା ଶିକ୍ଷକମାନଙ୍କ ଦ୍ୱାରା ପିଲାମାନଙ୍କୁ ଲୌହ ବଟିକା ମଧ୍ୟ ପ୍ରଦାନ କରାଯାଇଛିା ଏହି ସମୟରେ ୧୪,୯୬୭ ବିଦ୍ୟାଳୟକୁ ଏଲ୍ପିଜି ସଂଯୋଗ କରାଯିବା ସହ ୩୧,୫୦୦ ବିଦ୍ୟାଳୟରେ ପୁଷ୍ଟି-ବଗିଚା କରାଯାଇଛିା ବର୍ତ୍ତମାନ ସୁଦ୍ଧା ମୋଟ ୪୧,୧୭୭ ସ୍କୁଲରେ ଏଲ୍ପିଜି ଦିଆଯାଇଥିବାବେଳେ ୪୩,୦୦୦ ସ୍କୁଲରେ ପୁଷ୍ଟି-ବଗିଚା ପାଇଁ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଥିଲୋ ମହାମାରୀ ସମୟରେ ଏହିସବୁ କାର୍ଯ୍ୟ ପାଇଁ ଶିକ୍ଷକମାନଙ୍କ ଭୂମିକାକୁ ଏହି ସଭାରେ ପ୍ରଶଂସା କରାଯାଇଥିଲାା 

ମଧ୍ୟାହ୍ନ ଭୋଜନର କାର୍ଯ୍ୟକାରିତା ଉପରେ ବିଶଦ ଆଲୋଚନା କରାଯାଇ ଆଗାମୀ ସମୟରେ ଏହାକୁ କିପରି ଅଧିକ ସକ୍ରିୟ  ଓ ଉପାଦେୟ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲାା ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ତିଆରି ହେବାକୁ ଥିବା ମଧ୍ୟାହ୍ନ ଭୋଜନ ରୋଷଶାଳାଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧ ପ୍ରସ୍ତୁତି କରିବା ସହ ବିଦ୍ୟାଳୟମାନଙ୍କରେ ଥିବା ପୁଷ୍ଟି ବଗିଚାରେ ଡି୍ରଫଫ ଜଳସେଚନର ବ୍ୟବହାର କରାଯିବା ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ କରିବା ପାଇଁ ପୋଷଣଯୁକ୍ତ ବା ଫର୍ଟିଫାଏଡ୍ ଚାଉଳ ବ୍ୟବହାର କରାଯିବା ଏଥି ପାଇଁ ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଏହାର କାର୍ଯ୍ୟକାରିତାର ଦିଗ ଓ ଆର୍ଥିକ  ଆବଶ୍ୟକତା ଉପରେ ବିଶଦ ଅନୁଧ୍ୟାନ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବା 

ଓଡ଼ିଶାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସଫଳତା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କ ମଧ୍ୟରେ ଥିବା ସହଭାଗିତା ଗୁରୁତ୍ୱପୂର୍ଣ୍ଣା ଏହି ବିଭାଗ ଓ ଅନୁଷ୍ଠାନମାନଙ୍କ ସହାୟତାରେ ଭୋଜନ କାର୍ଯ୍ୟକ୍ରମକୁ କିପରି ଅଧିକ ଉପାଦେୟ କରିହେବ ସେଥିପାଇଁ ପ୍ରକ୍ରିୟା  ଚାଲୁରହିବ ନିକଟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନ ଉପରେ ଶିକ୍ଷା ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ କୁହାଯାଇଥିଲାା ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବଙ୍କ ସହ ନିର୍ଦ୍ଦେଶକ, ଆଇସିଡିସି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ,ୟୁନିସେଫ, ଆରଏମଆରସି  ଓ ଏନ୍ଆଇଏନ୍ର ଅଧିକାରୀ ଉପସ୍ଥିତ ଥିଲୋ ରାଜ୍ୟ ନୋଡାଲ ଅଧିକାରୀ ଏହି ସଭାରେ ଧନ୍ୟବାଦ ଅର୍ପଣ କରିଥିଲୋ 

 

0
0
0
s2sdefault