ହେଡଲାଇନସ୍:

କୃଷକଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚଳିତ ଖରିଫରେ ୪ଟି ଜିଲ୍ଲାର ୧୨ ହଜାର ୨୦୭ ହେକ୍ଟର  ଜମିରେ ପାଇଲଟ୍ ପ୍ରୋଜେକ୍ଟ  ଭାବରେ ଫସଲର ବିବିଧକରଣ କରାଯିବ

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତିା ଉତ୍ପାଦନ ବୃଦ୍ଧି ସହିତ କୃଷିର ଅଭିବୃଦ୍ଧି ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଫସଲର ବିବିଧକରଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏା ଚାଷୀମାନଙ୍କୁ ଫସଲର ବିବିଧକରଣ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛିା ଫସଲର ବିବିଧକରଣ କରାଯାଇ ଅଣଧାନ ଚାଷ ଯଥା: ଡାଲି, ତୈଳବୀଜ, କପା, ମକା ଆଦି ଅର୍ଥକରୀ ଫସଲ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦେବାର ବ୍ୟବସ୍ଥା କରାଯାଇଛିା ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଚଳିତ ଖରିଫରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧକରଣର ଏକ ପାଇଲଟ୍ ପ୍ରୋଜେକ୍ଟକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅନୁମୋଦନ କରିଛନ୍ତିା ରାଜ୍ୟର ୪ଟି ଜିଲ୍ଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ୧୮ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୦୧ଟି ଗ୍ରାମର ୧୨ ହଜାର ୨୦୭ ହେକଫର ଜମିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛିା ୧୨ଟି କ୍ଲଷ୍ଟରରେ ଏହି ଚାଷ କରାଯିବ ଏବଂ ପ୍ରତି କ୍ଲଷ୍ଟର ୧୦୦୦ ହେକ୍ଟର ଚାଷଜମିରେ ଫସଲର ବିବିଧକରଣ କରାଯାଇ ଚାଷ କରାଯିବା ଉପରୋକ୍ତ ୪ଟି ଜିଲ୍ଲାର ସମସ୍ତ ମେଗା ଉଠାଜଳସେଚନ ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଛି ଏବଂ ମୃତ୍ତିକା ଓ ସ୍ଥାନୀୟ ଜଳବାୟୁ ଅନୁସାରେ ଚଳିତ ଖରିଫରେ ଫସଲର ବିବିଧକରଣ କରାଯାଇ ଅଣଧାନ ଅର୍ଥକରୀ ଫସଲ ଚାଷ ପାଇଁ ପଦକ୍ଷେପ ନିଆଯାଇଛିା 

0
0
0
s2sdefault