ହେଡଲାଇନସ୍:

ଆଉ ୧୬ ଦିନ ବଢ଼ିଲା: ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭୁବନେଶ୍ୱର : ସାରା ରାଜ୍ୟରେ ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ | ଜୁନ ୧୭ ସକାଳ ପାଂଚଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଲକଡାଉନ | ହେଲେ ସପ୍ତାହାନ୍ତ ଦିଦିନିଆ ସଟଡାଉନ ବଳବତ୍ତର ରହିବ | ଲକ ଡାଉନ ଓ  ସଟଡାଉନ ଲୋକଙ୍କ ଆବାଗମନକୁ ରୋକିବା ପାଇଁ ଉଦ୍ଦିଷ୍ଟ, ହେଲେ ଜିନିଷପତ୍ର ପରିବହନରେ କୌଣସି ବାଧା ସୃଷ୍ଟି ହେବ ନାହିଁ | ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ନିଷ୍ପତ୍ତି ବଳରେ ରାଜ୍ୟରେ ଜାରି କରାଯାଇଥିବା ଲକ୍ଡାଉନରୁ  ଅନେକ ସଫଳତା ମିଳିଛି ବୋଲି ଜନସାଧାରଣଙ୍କୁ ସୂଚନା ଦେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତିା ସେ କହିଛନ୍ତି ଯେ ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁପାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛିା ଏହି ସଫଳତାକୁ ଆଖି ରେ ରଖି ଲକ୍ଡାଉନ୍ ଅବଧି ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା 

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ପଶ୍ଚିମାଞ୍ଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଓ ଅନୁଗୋଳ ଆଦି ଉପକୂଳ ଜିଲ୍ଲାମାନଙ୍କରେ ସଂକ୍ରମଣ ହ୍ରାସର ହାର କମ ରହିଛିା ଏବେ ରାଜ୍ୟରେ ମୋଟାମୋଟି କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛିା କୋଭିଡ୍ ପରୀକ୍ଷା, ଚିକିତ୍ସା, ହସ୍ପିଟାଲରେ ଶଯ୍ୟା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛିା ଦୈନିକ କୋଭିଡ୍ ପରୀକ୍ଷାକୁ ୪୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛିା ଅଧିକ ପରୀକ୍ଷା କରାଯାଉଥିଲେ ସୁଦ୍ଧା ପଜିଟିଭ ହାର ବଢ଼ିନାହିାଁ 

କୋଭିଡ୍ ମହାମାରୀ ସହ ଓଡ଼ିଶା "ୟାସ୍' ପରି ଅତି ଭୀଷଣ ବାତ୍ୟାର ସମ୍ମୁଖୀନ ହୋଇଛିା ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଅଣାଯାଇଥିଲାା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି ଏବଂ ଏଥିରେ ବହୁ କର୍ମଚାରୀ ଦିନରାତି କାର୍ଯ୍ୟ କରୁଛନ୍ତିା ଏସବୁ ସ୍ଥାନରେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛିା ଏହି ସମସ୍ତ ସ୍ଥିତି ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକ୍ଡାଉନ୍ର ଅବଧି ୧୬ ଦିନ ପାଇଁ ବୃଦ୍ଧି କରାଗଲାା ଏହା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ଏହା ସହ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବା 

୧- ବର୍ତ୍ତମାନ ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବା ବାହାଘର, ବ୍ରତଘର, ଭୋଜି, ସାମାଜିକ ଓ ଧାର୍ମିକ ସମାବେଶ ଆଦି ଉପରେ ପୂର୍ଣ୍ଣ କଟକଣା ରହିବା 

ପୂର୍ବ ପରି କଟକଣାମୁକ୍ତ ଥିବା ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକୀୟ ସେବା ଯଥା: ପାନୀୟ ଜଳଯୋଗାଣ, ଟେଲିକମ୍ ଓ ବିଦୁ୍ୟତ ସେବା ଆଦି ଚାଲୁ ରହିବା ଦ୍ରବ୍ୟ ପରିବହନ, ଶିଳ୍ପ ଓ କଳକାରଖାନା କାମ ଆଦି ମଧ୍ୟ ପୂର୍ବପରି ଚାଲୁ ରହିବା 

୨- ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର ଶତକଡ଼ା ୧୦ ତଳକୁ ହ୍ରାସ ପାଇବାର ଲକ୍ଷ୍ୟ କରାଯାଇଛିା ଏହି ତିନି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ମଧ୍ୟ ଲଗାତାର ଭାବରେ ହ୍ରାସ ପାଉଛିା ତେଣୁ ଏହି ଜିଲ୍ଲାମାନଙ୍କରେ ଲକ୍ଡାଉନ୍ କଟକଣା ସାମାନ୍ୟ କୋହଳ କରାଯାଇଛିା ଏହି ତିନୋଟି ଜିଲ୍ଲାରେ ଅତ୍ୟାବଶ୍ୟକ ପଦାର୍ଥ ପାଇଁ ଦୋକାନଗୁଡ଼ିକ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ  ଖୋଲାରହିବା ଅନ୍ୟ ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନ ସକାଳ ୭ଟାରୁ ପୂର୍ବହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ଉପରୋକ୍ତ ତିନୋଟି ଜିଲ୍ଲାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବା କିନ୍ତୁ ସେଲୁନ, ପାର୍ଲର ଓ ମଲ ଆଦି ଖୋଲିବ ନାହିାଁ ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଗଲେ ଏହି ତିନୋଟି ଜିଲ୍ଲା ପାଇଁ କରାଯାଇଥିବା କୋହଳକୁ ପ୍ରତ୍ୟାହାର କରାଯିବା 

ପୁନଶ୍ଚ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କିଛି ଲୋକଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ବିପଦଗ୍ରସ୍ତ ହେଉଛନ୍ତିା କୋଭିଡ୍ ମହାମାରୀ ଚଳନ୍ତି ଶତାବ୍ଦୀର ବଡ଼ ବିପର୍ଯ୍ୟୟା ଏହାର ଭୟାବହତାକୁ ଉପଲବ୍ଧି କରି କୋଭିଡ୍ ନିୟମର ପୂର୍ଣ୍ଣ ପାଳନ କରିବା ସହ ଜନସାଧାରଣ ନିଜର ସହଯୋଗ ବଜାୟ ରଖିବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲୋ 

 

 

0
0
0
s2sdefault