ପିଡିଏସ, ରବିଧାନ ସଂଗ୍ରହ ଏବଂ ବାତ୍ୟା ପରବର୍ତ୍ତି ରିଲିଫ ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା
ବାରିପଦା (ଦିଲ୍ଲୀପ ମହାନ୍ତି) :ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଯୋଜନା ଅନ୍ତର୍ଗତ ସାଧାରଣ ବଂଟନ ବ୍ୟବସ୍ଥା, ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମର ଅଗ୍ରଗତି, ସ୍ଥିତି ଏବଂ ବାତ୍ୟା ୟସ ପରବର୍ତ୍ତି ରିଲିଫ ଓ ପୁନରୁଦ୍ଧାର ଆଦି କାର୍ଯ୍ୟ ଉପରେ ସମୀକ୍ଷା କରିଥିବାର ଜଣାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନ କ୍ରମେ ଆୟୋଜିତ ଏକ ବୈଠକରେ ଯୋଗଦେଇ ବିଶେଷ କରି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲାର ସମସ୍ତ ହିତାଧିକାରୀ ଖାଉଟି ମାନଙ୍କୁ ପ୍ରତିମାସରେ ଚାଉଳ/ଗହମ ଆଦି ଖାଦ୍ୟ ସାମଗ୍ରୀ ବଣ୍ଟନର ଅଗ୍ରଗତି ଓ ସ୍ଥିତି ଉପରେ ସବିଶେଷ ସମୀକ୍ଷା କରିବା ସହିତ ଏଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ (ପିଏମ ଜିକେୱାଇ) ଯୋଜନା ରେ ପ୍ରତିହିତାଧିକାରୀଙ୍କୁ ୫ କିଲୋ ହିସାବରେ ଚାଉଳ ଜୁନ ୧ ତାରିଖରୁ ପ୍ରଦାନ କରାଯିବାକୁ ପରାମର୍ଶ ଦେଇଥିଲେ ଏବଂ ଜିଲ୍ଲାରେ ଥିବା ଶଶ୍ୟ ଭଣ୍ଡାରର ମହଜୁଦ ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖାଦ୍ୟ ଯୋଜନାରେ ଚଳିତ ୨୦୨୧ ରବିଧାନ ସଂଗ୍ରହ ପାଇଁ ଜିଲ୍ଲାରୁ ୫୦ ହଜାର କୁଇଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ଥିବା ଧାନ ସଂଗ୍ରହ ପାଇଁ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ୧୭୨୪ଜଣ ଚାଷୀ ଅନଲାଇନ ପଞ୍ଜିକରଣ କରାଯାଇଥିବା ବେଳେ, ସେମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଟୋକେନ ଆଧାରରେ ପ୍ୟାକ୍ସ ଦ୍ୱାରା ନିର୍ଦ୍ଧାରିତ ୧୮ଟି ମଣ୍ଡିରେ ରବିଧାନ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ କରିବା ସହିତ ଚାଷୀ ମାନଙ୍କୁ ଠିକ ସମୟରେ ବ୍ୟାଙ୍କ ପାସବୁକରେ ଅନଲାଇନ ପେମେଂଟ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏକ୍ଷେତ୍ରରେ ସମସ୍ତ ପଂଜିକୃତ ଚାଷୀ ମାନଙ୍କ ଧାନ ବିକ୍ରୟର ପରିମାଣ ଠିକ ଭାବେ ଯାଞ୍ଚ କରି ପି.ପାସ ପୋର୍ଟାଲରେ ସବିଶେଷ ତଥ୍ୟ ଆପଲୋଡ କରିବା ପାଇଁ ଗୁରୁତ୍ୱରୋପ କରିଥିଲେ । ମଣ୍ଡିରେ କିଣାଯାଉଥିବା ଧାନ ଟ୍ୟାଙ୍ଗିଂ କରାଯାଇଥିବା ମିଲର ମାନଙ୍କ ଦ୍ୱାରା ଠିକ ସମୟରେ ଧାନ ଉଠାଣ କରିବାକୁ ପରାମର୍ଶ ଦେଇଥିଲେ ।
ଏଥିସହିତ ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚଳିତ ବାତ୍ୟା ୟସ ଜନୀତ ଜିଲ୍ଲାରେ ଘଟିଯାଇଥିବା କ୍ଷୟକ୍ଷତିର ଆକଳନ ବିଷୟରେ ଆଲୋଚନା କରିବା ସହିତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ମୂଳକ ସମୀକ୍ଷା କରିଥିଲେ । ଆଲୋଚନାରେ ବିଶେଷ କରି ବାତ୍ୟା /ବନ୍ୟା କ୍ଷୟକ୍ଷତି ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ପୂର୍ତ୍ତ(ଗୃହ ଓ କୋଠାବାଡି), ଗ୍ରମ୍ୟ ନିର୍ମାଣ (ଆରଡି), ପଂଚାୟତିରାଜ (ଡିଆରଡିଏ), କୃଷି, ବିଦ୍ୟୁତ ଆଦି ବିଭାଗ ଅଧିନସ୍ଥ ପରିଚାଳିତ ସର୍ବସାଧାରଣ ସମ୍ପତ୍ତି ଏବଂ ପ୍ରଭାବିତ ପରିବାର ମାନଙ୍କ କ୍ଷୟକ୍ଷତିର ସବିଶେଷ ଆକଳନ ପାଇଁ ସଂପୃକ୍ତ ବିଭାଗ ତତ୍ୱାବଧାନରେ ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ ଦ୍ୱାରା କ୍ଷେତ୍ର ଅନୁଧା୍ୟାନ କରି ଚୁଡାନ୍ତ କ୍ଷୟକ୍ଷତିର ବୀବରଣୀ ପ୍ରସ୍ତୁତ କରି ଜିଲ୍ଲା ପ୍ରସାଶନର ସୁପାରିସ କ୍ରମେ ବିଭାଗ ନିକଟକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ସେହିପରି କ୍ଷୟକ୍ଷତି ଅଂଚଳରେ ରିଲିଫ ଓ ଘରଭଙ୍ଗା ସହାୟତା, ରାସ୍ତା ସଂଯୋଗୀକରଣ ଓ ପୁନର୍ଗଠନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ଗୁରୁତ୍ୱାରୋପ କରିଥିଲେ । ସେହିପରି ବାତ୍ୟା ପ୍ରଭାବିତ କ୍ଷତିଗ୍ରସ୍ତ ହୋଇଥିବା କୃଷି ଫସଲ ବୀମା ସହାୟତା, ପ୍ରାଣୀଧନ ବୀମାରାଶି ପ୍ରଦାନ କ୍ଷେତ୍ରରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ସଂପୃକ୍ତ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଜିଲ୍ଲା ପ୍ରସାଶନ ପକ୍ଷରୁ ସଂପୃକ୍ତ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ରିଲିଫ , ଉଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ, ଥଇଥାନଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବିଶେଷ କରି ବାତ୍ୟା ପ୍ରଭାବିତ ସ୍ଥାନାନ୍ତରିତ ଲୋକ ମାନଙ୍କ ନିରାପଦ ସ୍ଥାନରେ ରହଣୀ ବ୍ୟବସ୍ଥା ସହ ରିଲିଫ ସହାୟତା ପ୍ରଦାନ ସ୍ୱାସ୍ଥ୍ୟ ପରିମଳ ସେବା, ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ସରବରାହକୁ ସ୍ୱବାବିକ ସ୍ଥିତି କରାଯାଇଥିବା ବିଷୟରେ ଅବଗତ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା, ଅନ୍ୟତମ ଅତିରୁିକ୍ତ ଜିଲ୍ଲାପାଳ (ସାଦାରଣ) ରୁଦ୍ରନାରାୟଣ ମହାନ୍ତି, ପିଡିଡିଆରଡିଏ ଭବେଶ କୁମାର ନାୟକ, ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ବାରିପଦା ପି. ଅନ୍ୱେଷା ରେଡ୍ଡି, ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟି କଲେକ୍ଟର ସୁଜୟ କୁମାର ପତି ପ୍ରମୁଖ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।