ହେଡଲାଇନସ୍:

ବୈଶାଖ ମେଳାରେ ଶୂନଶାନ ନୃସିଂହନାଥ ମନ୍ଦିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଦୁର୍ଗାପାଲି ଗ୍ରାମରେ ରହିଛି ମହାପ୍ରଭୁ ନୃସିଂହନାଥ ( ମାର୍ଜର କେଶରୀ ) ଙ୍କର ମନ୍ଦିର । ଐତିହାସିକ ମାନଙ୍କର ମତ ଅନୁସାରେ ଅଷ୍ଟମ ଶତାବ୍ଦୀରେ ପାଟଣା ମହାରାଜ ହରିହର ଦେବ ଙ୍କର ଦ୍ୱାରା ଏହି ମନ୍ଦିର ନିର୍ମାଣ କାର୍ୟ୍ଯ ଆରମ୍ଭ ହୋଇଥିବା ବେଳେ ମନ୍ଦିର ରେ ଲାଗିଥିବା ଶିଳାଲିପି ଅନୁସାରେ ୧୪୧୩ ମସିହା ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେହିବର୍ଷ ବୈଶାଖ ଶୁକ୍ଳପକ୍ଷ ଚତୁର୍ଦଶୀ ଦିନ ମହାପ୍ରଭୁଙ୍କର ବିଗ୍ରହ ସ୍ଥାପନ ହେବା ସହିତ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ସେହିଦିନ ଠାରୁ ଅରଣ୍ୟକ ବ୍ରହ୍ ସମାଜ ମହାପ୍ରଭୁ ଙ୍କୁ ପୂଜାକରି ଆସୁଥିବା ବେଳେ ସେହିବର୍ଷରୁ ଅଦ୍ୟାବଧି ମହାପ୍ରଭୁଙ୍କ ବୈଶାଖ ଯାତ୍ରା କ୍ରମାଗତ ଭାବରେ ହୋଇ ଆସୁଛି ।  ୧୯୮୪ ମସିହାରେ ମନ୍ଦିରରୁ ମହାପ୍ରଭୁଙ୍କ ମୂର୍ତ୍ତି ଚୋରି ହେବା ପରଠାରୁ ପରବର୍ତ୍ତୀ ବର୍ଷ ୧୯୮୫ ମସିହାରେ ମହାପ୍ରଭୁଙ୍କ ନୂତନ ମୂର୍ତି ସ୍ଥାପନ ଅବସରରେ ବୈଶାଖ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପାଞ୍ଚଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ମହାପ୍ରଭୁଙ୍କ ଏକ ଲକ୍ଷ ପଚିଶ ହଜାର ବୀଜମନ୍ତ୍ର ଜପ କରାଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କର ଦ୍ୱାରା ନୂତନ ବିଗ୍ରହ ସ୍ଥାପନ କରାଯାଇଥିଲା । ସେହି ବର୍ଷରୁ କ୍ରମାଗତ ଭାବରେ ପାଞ୍ଚଦିନ ବ୍ୟାପି ମହାପ୍ରଭୁଙ୍କ ଜନ୍ମ ଦିବଶ ଅବସରରେ ବିଶ୍ୱ ବାସୀଙ୍କର କଲ୍ୟାଣ ନିମନ୍ତେ ବୈଶାଖ ମେଳାରେ ବିଶ୍ୱ ଶାନ୍ତି ମହାଯଜ୍ଞ  ହୋଇ ଆସୁଛି । 

 ପ୍ରତ୍ୟେକ ବର୍ଷ  ବୈଶାଖ ମେଳା ଅବସରରେ ଦୀର୍ଘ ପାଞ୍ଚଦିନ ଧରି ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଚଳଚଂଚଳ ହୋଇ ପଡିଥାଏ । ମେଳା ଦେଖିବା ପାଇଁ ଓ ମହାପ୍ରଭୁଙ୍କ ଜନ୍ମ ଦିବସରେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଲକ୍ଷାଧିକ ତୀର୍ଥ ଯାତ୍ରୀଙ୍କର ସମାଗମ ହୋଇଥାଏ । ମେଳାର ଏହି ପାଞ୍ଚଦିନ ନୃସିଂହନାଥ ମନ୍ଦିରରୁ ପାହାଡ଼ ଚଢି ହଜାର ହଜାର ଲୋକ  ଦିନରାତି ଯିବା ଆସିବା କରିଥାନ୍ତି । ମେଳାରେ ନୃସିଂହନାଥ ପରିସରରେ ହଜାର ହଜାର ଅସ୍ଥାୟୀ ଦୋକାନବଜାର ଲାଗିଥାଏ । ହେଲେ ବିଗତ ଦୁଇ ବର୍ଷ ହେଲା ମହାପ୍ରଭୁଙ୍କ ଜନ୍ମ ଦିନରେ କେବଳ ମହାପ୍ରଭୁଙ୍କ ନୀତି ପାଳନ କରାଯାଉଛି ସମ୍ପୂର୍ଣ୍ଣ କୋବିଡ଼ ନିୟମ ପାଳନ କରାଯାଇ । ମନ୍ଦିର ର ସବୁ ଗେଟରେ ତାଲା ପଡିଛି । ପରିବେଶ ବିଲକୁଲ ସୁନସାନ । କୋରୋନା ମହାମାରୀ ବର୍ବାଦ କରିଦେଇଛି ମନ୍ଦିର ଉପରେ ନିର୍ଭର କରି ପେଟ ପୋଷୁଥିବା ଶହଶହ ଦୋକାନୀ ମାନଙ୍କୁ । ସବୁ ଖାଁ ଖାଁ ଲାଗୁଛି । ପୁଣି କେବେ ମନ୍ଦିର ଖୋଲିବ , ପୁଣି କେବେ ପୂର୍ବଦିନ ଫେରି ଆସିବ ସେହି ଅପେକ୍ଷାରେ ସମସ୍ତେ ।

0
0
0
s2sdefault