ହେଡଲାଇନସ୍:

ବାତ୍ୟା ‘ୟଶ୍’ ପରବର୍ତୀ ମୁକାବିଲା ପାଇଁ ପ୍ରଭାବିତ ଅଂଚଳର ନେତୃବୃନ୍ଦଙ୍କ ସହ ବାତ୍ୟା ସ୍ଥିତି ପ୍ରସଙ୍ଗରେ ରାଜ୍ୟ ନେତୃବୃନ୍ଦଙ୍କ ବିସ୍ତୃତ ଆଲୋଚନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : ବାତ୍ୟା ‘ୟଶ୍’ ଆଜି ମଧ୍ୟାହ୍ନରେ ଓଡିଶା ଉପକୂଳ ଅତିକ୍ରମ କରିସାରିଛି । ଏହା ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ହେବା ସହ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲାରେ ବର୍ଷା ଜାରୀ ରହିଛି ।  ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜରୁରୀକାଳିନ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକରେ ୟଶ୍ ବାତ୍ୟା ପ୍ରଭାବିତ ଅଂଚଳର ସ୍ଥାନୀୟ ନେତୃବୃନ୍ଦ ତଥା କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବାତ୍ୟା ସ୍ଥିତି ପ୍ରସଙ୍ଗରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା ।

ଏହି ବୈଠକରେ ପାର୍ଟୀ କାର୍ଯ୍ୟକର୍ତାମାନେ କିଭଳି ଭାବରେ ବାତ୍ୟା ପ୍ରଭାବିତ ଅଂଚଳବାସୀଙ୍କୁ ସାହାଯ୍ୟ, ସହଯୋଗ, ସହାୟତା କରିବେ ଏବଂ ବିଶେଷ ଭାବରେ ଗର୍ଭବତୀ, ଶିଶୁ, ବୃଦ୍ଧ, ଦିବ୍ୟାଙ୍ଗମାନଙ୍କୁ ପ୍ରାଥମିକତା ଦେବା ସହ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ, ପୋଲିସ ଓ ପ୍ରଶାସନକୁ ସହ ଯୋଗର ହାତ ବଢାଇବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନିଦେ୍ର୍ଧଶ ଦେଇଛନ୍ତି ।

ବାଧାପ୍ରାପ୍ତ ଗମନାଗମନ, ବିଜୁଳି, ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଆଦି ଅତ୍ୟାବଶ୍ୟକ ସେବା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରି ରିଷ୍ଟୋରେସନ କାର୍ଯ୍ୟରେ ସାମିଲ ହେବାକୁ ଶ୍ରୀ ମହାନ୍ତି ପାର୍ଟୀ କାର୍ଯ୍ୟକର୍ତାଙ୍କୁ କହିଛନ୍ତି । ଯଥାଶୀଘ୍ର ବାତ୍ୟାଶ୍ରୟରେ ଥିବା ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ ପାଇଁ ଗୁରୁତ୍ୱ ଦେବାକୁ କହିଛନ୍ତି । ସେହିପରି ପଶୁଧନ, ଗୋ ସଂପତି, ଗୃହପାଳିତ ପଶୁଙ୍କୁ ଉଚିତ୍ ଓ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତରିତ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ମହାନ୍ତି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।

ଗତ ସୋମବାର ଦିନ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ପାର୍ଟୀ ତରଫରୁ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ୫ ଜଣିଆ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ଗଠିତ ହୋଇଛି । ସେହିପରି ପ୍ରତ୍ୟେକ ପ୍ରଭାବିତ ଜିଲ୍ଲାରେ ମଧ୍ୟ ୩ ଜଣିଆ କୋର୍ଡିନେସନ କମିଟି ଗଠିତ ହୋଇଛି । ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଂଟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ ।

କରୋନା ସଂକ୍ରମଣଜନିତ ସମସ୍ତ ଗାଇଡଲାନକୁ ପାଳନ କରି ପ୍ରଭାବିତ ଅଂଚଳବାସୀଙ୍କୁ ସେବା ଓ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

0
0
0
s2sdefault