ହେଡଲାଇନସ୍:

ଅପେକ୍ଷାରତ ଯାତ୍ରୀ ଓ ଦରିଦ୍ର ବ୍ୟକ୍ତିଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖାଦ୍ୟ ଏବଂ ପାନୀୟ ଜଳ ବଣ୍ଟନ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ପକ୍ଷରୁ ବେସରକାରୀ ଅନୁଷ୍ଠାନ ସହଯୋଗରେ ବାତ୍ୟାକୁ ଦୃଷ୍ଟିରେ ରଖି ଷ୍ଟେସନ ଅଞ୍ଚଳରେ ଆଶ୍ରୟ ନେଉଥିବା ଯାତ୍ରୀ, ବାସହୀନ ଏବଂ ଦରିଦ୍ର ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ଏବଂ ପାଣି ବୋତଲ ବ୍ୟବସ୍ଥା କରାଯାଇଅଛି |

 ଭୁବନେଶ୍ୱର, ଭଦ୍ରକ ଏବଂ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ଓ ଷ୍ଟେସନ ଉପରେ ନିର୍ଭରଶୀଳ ଗରିବ ଲୋକମାନଙ୍କୁ ଆଜି ସକାଳେ ଶୁଖିଲା ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା କରାଯାଇଥିବାବେଳେ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ପ୍ୟାକେଟ ପୂର୍ବତଟ ରେଳପଥ ପକ୍ଷରୁ ବଣ୍ଟନ କରାଯାଇଥିଲା |

ଭାତ, ଡାଲି, ସାଲାଡ, ମିକ୍ସ ସବଜୀକୁ ନେଇ ଜାଜପୁର କେନ୍ଦୁଝର ରୋଡ ଷ୍ଟେସନରେ 20 ଜଣରୁ ଉର୍ଦ୍ଧ ଲୋକମାନଙ୍କ ପାଇଁ ସ୍ଥାନୀୟ ଯୁବ ଗୋଷ୍ଠୀ "ବ୍ୟାସ ସେନା" ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା ଏବଂ ଅପେକ୍ଷା କରିଥିବା ଯାତ୍ରୀ / ବଞ୍ଚିତ ଜନସାଧାରଣଙ୍କୁ ପରିବେଷଣ କରାଯାଇଥିଲା |

ସେହିପରି ମାରୱାଡି ଯୁବ ମଞ୍ଚ ସହିତ ସମନ୍ୱୟ ରକ୍ଷାକରି ଭୁବନେଶ୍ୱର ରେଳ ଷ୍ଟେସନ ପକ୍ଷରୁ ଅଟକି ରହିଥିବା ଯାତ୍ରୀ ଓ ବଞ୍ଚିତ ଜନସାଧାରଣଙ୍କୁ ଭାତ, ଡାଲମା (ଡାଲି + ସବଜୀ), ଆଚାର ଏବଂ ପାଣି ବୋତଲକୁ ନେଇ ରନ୍ଧା ଭୋଜନ ବ୍ୟବାଥ କରାଯାଇଥିଲା |

 ଷ୍ଟେସନ ଅଞ୍ଚଳରେ ଫସି ରହିଥିବା ଯାତ୍ରୀମାନଙ୍କୁ ଭୟଭୀତ ନହେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଅଛି | ଟ୍ରେନ୍ ସେବା ପୁନଃ ପ୍ରଚଳନ ପରେ ଶୀଘ୍ର ସମସ୍ତେ ନିଜ ନିଜ ରାଜ୍ୟ / ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାକୁ ସକ୍ଷମ ହେବା ପାଇଁ ପ୍ରୟାସ କରାଯାଉଛି |

0
0
0
s2sdefault