କଳାହାଣ୍ଡି/ତୁଳମଣି ନାଗ:ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କିଛି ଗାଁ ଇନ୍ଦ୍ରାବତୀ ଚିରସ୍ରୋତା ସାଜିଲା ପରେ ହୋଇଗଲା ବିଛିନ୍ନ |ଚିରସ୍ରୋତା ଗଭୀର ଜଳଭାଗର ପାଦ ଦେଶରେ ଲୋକେ । ଏମାନଙ୍କ ଏକ ମାତ୍ର ଭରସା ନୌକା ନିଜ ପେଟ ପାଟଣା ହେଉ କୀ ସୌଦା କିଣା ବିକା ହେଉ ଗଭୀର ପାଣି ମଧ୍ୟ ଦେଇ ଦଙ୍ଗାରେ କରନ୍ତି ଯାତାୟାତ । ମୁଖ୍ୟ ଯାତାୟାତର ମାଧ୍ୟମ କହିଲେ ଏମାନଙ୍କ ନୌକା । ସମସ୍ତଙ୍କ ପାଇଁ ଆଶା ଭରସା ନୌକା ଆଉ ନୌକା ଚାଳକ ବୁଡୁ ଗଉଡ | ହେଲେ ନୌକା ଚାଳକ ଧର୍ମ ଭରସାରେ | ସରକାରୀ ଲାଇସେନ୍ସ ଟିକୁ ଛାଡ଼ି ଦେଲେ ତାଙ୍କୁ ମିଳୁନି କିଛି ସରକାରୀ ସହାୟତା | ଯିଏ ଯାହା ଖୁସିରେ ଦିଏ ତାକୁ ନେଇ ଗୁଜୁରାଣ ମେଣ୍ଟାନ୍ତି ନିଜ ପରିବାରର । ହେଲେ କେତେ ଦିନ ଭଗବାନ ଭରସାରେ ବଞ୍ଚିବ ନୌକା ଚାଳକ | ଏଥି ପ୍ରତି ନଜର ନାହିଁ ବିଧାୟକ ନା ସାଂସଦ ଅବା ସରକାରୀ ବାବୁ ମାନଙ୍କ ଆଶା ଓ ଭରଷା ରେ ନିଜ ଜୀବନର ଅମୂଲ୍ୟ ସମୟ କୁ ଵିତେଇ ଵିତେଇ ବୟସର ଅପରାହ୍ନ ରେ ଅତିବାହିତ କଲା ପରେ ଭାଙ୍ଗିପଡ଼ିଛନ୍ତି | ବିଛିନ୍ନ ଅଞ୍ଚଳ ବାସୀଙ୍କ ଭରଷା ଓ ବିଶ୍ୱାସ ରହିଛି ନୌକା ଚାଳକଙ୍କ ଉପରେ। ହେଲେ ଲୋକଙ୍କ ସେବାରେ ନିୟୋଜିତ ନୌକା ଚାଳକ ବୁଡୁ ଗଉଡଙ୍କ ଗୁଜୁରାଣ ପ୍ରତି କେବେ ଦୃଷ୍ଟି ଦେଵ ପ୍ରଶାସନ, ତାକୁଇ ଅପେକ୍ଷା ।
ରାଜ୍ୟ
ନୌକା ଭରସାରେ ବିଛିନ୍ନ ଅଂଚଳ ବାସୀ, ଭଗବାନ ଭରୋସେ ନୌକା ଚାଳକ ବୁଡୁ
- Hits: 367