ହେଡଲାଇନସ୍:

ରାୟଗଡ ଜିଲ୍ଲା ଖରିଫ ରୁତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ:(ସରୋଜ କୁମାର ସାହୁ) :  ରାୟଗଡ଼ ଜିଲ୍ଲାର ଖରିଫ ଋତୁ  ପାଇଁ  କାର୍ଯ୍ୟ କୌଶଳ  ବୈଠକ ଶେଷ ହୋଇଥିଲା  ।  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଶାସନ ପ୍ରହରାଜଙ୍କ ଦ୍ଵାରା ଆହୁତ ଏହି  ସଭାରେ ରାୟଗଡ଼ ଜିଲ୍ଲାପାଳ  ଶ୍ରୀଯୁକ୍ତ  ସରୋଜ  କୁମାର ମିଶ୍ର ସଭାପତିତ୍ଵ କରିଥିଲେ । ଏହି  ସଭା କରୋନା  ମହାମାରୀ କଟକଣା ଯୋଗୁ  ଭିଡିଓ  କନଫରେସିଙ୍ଗ  ମାଧ୍ୟମରେ  କରାଯାଇଥିଲେ  ମଧ୍ୟ ଏଥିରେ  ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା  ଉଦ୍ୟାନ କୃଷି ନିର୍ଦ୍ଦେଶକ , ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ , କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ  ବୈଜ୍ଞାନିକ , ବଡନାଳ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ , ଉଠା ଜଳ ସେଚନ  ନିଗମର ନିର୍ବାହିଯନ୍ତ୍ରୀ, ମଧ୍ୟମ  ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି  ବିଭାଗର ନିର୍ବାହିଯନ୍ତ୍ରୀ, ରାୟଗଡ଼,ମୁନିଗୁଡା ଓ ଗୁଣୁପୁର ର  କୃଷି ଜିଲ୍ଲା ଅଧିକାରୀ , ୧୧ ଟି ବ୍ଲକ ର ବ୍ଲକ କୃଷି ଅଧିକାରୀ  ଓ  ସହକାରୀ କୃଷି ଅଧିକାରୀ , ଜିଲ୍ଲା ମାନେଜର, ଓଡିଶା  କୃଷି ଶିଳ୍ପ ନିଗମ , ଜୋନାଲ ମାନେଜର , ରାଜ୍ୟ ବିହନ  ନିଗମ , ଜୟପୁର ଓ  ବିଭିନ୍ନ  ସାର  ଯୋଗାଣ କାରୀ  କମ୍ପାନୀ  ମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ  ।  ଏହି  ବୈଠକରେ  ବିହନ ଓ  ସାର ଯୋଗାଣ , ଫସଲଋଣ , ମାଟି ପରୀକ୍ଷା ଓ  ମୂର୍ତ୍ତିକ।  ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ , ସମନ୍ନିତ ରୋଗ ପୋକ ପରିଚାଳନା , ଜୈବିକ  କୃଷି, ଧାନ ପରିବର୍ତେ  ଅଣଧ।ନ ଚାଷ , ଫାର୍ମ ପୋଖରୀ  ଓ କୃଷକ  ତାଲିମ ଉପରେ ବିଷାଦ ଭାବେ ଆଲୋଚନା କରଯାଇଥିଲା । ଚଳିତ ଖରିଫ ଋତୁରେ  ଅଧିକ ଅମଳ କ୍ଷମ ଧାନଚାଷ ୫୫୦୦୦ହେକ୍ଟର, ମକାଚାଷ ୧୦୦୦୦ ହେକ୍ଟର , ମାଣ୍ଡିଆ ୧୧୫୦୦ ହେକ୍ଟର , ଡାଲିଜାତୀୟ ଫସଲ ୨୭୮୭୬ ହେକ୍ଟର , ଢୈଳବୀଜ ୬୩୦୦ ହେକ୍ଟର , କପା ୪୦,୦୦୦ ହେକ୍ଟର , ପନିପରିବା  ୧୦୮୦୦ ହେକ୍ଟର , ମସଲା ଜାତୀୟ ଚାଷ ୨୫୫୦ ହେକ୍ଟର ଚାଷ କରାଯିବା ପାଇଁ ସ୍ଥିର କରାଗଲା । ଗୁଣୁପୁର ବ୍ଲକରେ ହୋଇଥିବା ୪ଟି ମେଗା ଉଠା ଜଳ ସେଚନ ପଏଣ୍ଟ ଅଞ୍ଚଳରେ  ୧୦୦୦ ହେକ୍ଟର ଅଣଧାନ ଚାଷ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଏଥିରେ  କପା , ହରଡ ଓ ପନିପରିବା  ଚାଷ କରାଯିବ । ଚଳିତ ବର୍ଷ ମୂର୍ତ୍ତିକା ପରୀକ୍ଷାଗାରରେ ୧୦୦୦୦ ଟି, ମୂର୍ତ୍ତିକା ପରୀକ୍ଷା ଭ୍ୟାନ  ଦ୍ଵାରା ୫୦୦୦ ଟି ଓ ବ୍ଲକ ସ୍ତରୀୟ କୀଟ୍ ଦ୍ଵାରା ୬୬୦୦ ଟି ମାଟି ନମୁନା ସଂଗ୍ରହ କରାଯାଇ ଚାଷିମାନଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ  କରାଯିବ ।  ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଧାନ ମନ୍ତ୍ରୀ  ଫସଲ ବୀମା ଭୁକ୍ତ କରାଯିବ । ରାସାୟନିକ  ସାର ପ୍ରୋୟୋଗ  ପ୍ରତି  ହେକ୍ଟର ପିଛା ୮୪.୮  କି॰ଗ୍ରା ପ୍ରୟୋଗ ଲକ୍ଷ ରଖାଯାଇଛି  ।  ସୌର ଜଳନିଧି ଯୋଜନାରେ ଜଳ ସେଚନ ପାଇଁ ଚାଷୀକୁ  ରିହାତି ଯୋଗାଇଦିଆଯିବା ।  ଜିଲ୍ଲାରେ କାର୍ଯ୍ୟକାରୀ ଓଡିଶା ମିଲ୍ଲେଟ ମିଶନ  ଜରିଆରେ ମାଣ୍ଡିଆ ଉପ୍ତାଦନ ବୃଦ୍ଧି କରାଯିବ ଓ ଏଥିପାଇଁ ୧୧୫୦୦ ହେକ୍ଟର ମାଣ୍ଡିଆ ଚାଷ ପାଇଁ ଚାଷଧ।ର୍ଜ୍ୟ କରାଯାଇଅଛି । ଜୈବିକ  କୃଷିକୁ ଗୁରୁତ୍ଵ ଦିଆଯିବ, ବିଶେଷକରି ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ବହୁଳ ଗାଁରେ  ଜୈବିକ  ଚାଷ ପାଇଁ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଥିଲେ ।     ଉଦ୍ୟାନ ଉପନିର୍ଦେଶକ  ଖରିଫ ଋତୁରେ  ପ୍ରଥମ ଥର ପାଇଁ  ଜିଲ୍ଲାରେ  ଡ୍ରାଗନ ଫଳ ଚାଷ ଓ  ବର୍ଷା ଦିନିଆ ଆଳୁ ଚାଷ  କରାଯାଉଥିବା କଥା ଜଣାଇଥିଲେ ।  ଜିଲ୍ଲାପାଳ  ଶ୍ରୀ  ମିଶ୍ର ଉପରୋକ୍ତ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ  ରକ୍ଷା କାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରୀ ଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ  କୃଷି ,  ମାଟି ପରୀକ୍ଷା ଓ  ବଳରାମ  ଯୋଜନା  କାର୍ଯ୍ୟ କାରୀ କରିବା ପାଇଁ  ସେ ଗୁରୁତ୍ଵ ଆରୋପ କରିଥିଲେ ।

ଏହି  ବୈଠକ ପରୋକ୍ଷ  ରୂପେ କରାଯାଇଥିଲେ ମଧ୍ୟ ଏଥିରେ କୃଷି ଓ  ଆନୁଷଙ୍ଗିକ  ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବହୁତ ଫଳପ୍ରଦ  ଆଲୋଚନା  କରିଥିଲେ  ।

0
0
0
s2sdefault