ହେଡଲାଇନସ୍:

ସମ୍ଭlବ୍ୟ ବାତ୍ୟା ୟାସର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀ ନିର୍ଦେଶ ଦେଲେ ଜିଲ୍ଲାପାଳ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବିନା ଅନୁମତିରେ କୌଣସି ଅଧିକାରୀ ସଦର ମହାକୁମା ଛାଡି ଯାଇ ପାରିବେ ନାହିଁ "

ରାୟଗଡ:ସମ୍ପ୍ରତି ବଙ୍ଗପୋସାଗରରେ ସୃଷ୍ଟ ବାତ୍ୟା ୟସର  ମୁକାବିଲା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷ୍ୟତlରେ  ଏକ ଜରୁରୀ ବୈଠକ ୱେବିନlରରେ ମଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡ଼ିଏ, ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନlଲ ଜେନା, ଉପଜିଲ୍ଲାପାଳ ରାୟଗଡ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଯୋଗଦାନ କରିଥିଲେ l

        ଏହି ବୈଠକରେ ଓଡିଶାକୁ ମାଡି ଅଶୁଥିବା ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲା ପାଇଁ ବିପଦ ସମ୍ଭବନା କମ ଥିଲେ ମଧ୍ୟ   ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟର ଅନ୍ୟ ଜିଲ୍ଲାର  ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ଜଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି l ସମସ୍ତ ବିଭlଗୀୟ ଅଧିକାରୀ ସତର୍କ ରହିବl  ସଦର ମହକୁମାରେ ମହଜୁଦ ରହିବାକୁ ନିର୍ଦେଶ ଦେଇଛନ୍ତି l ଯଦି କେହି ଛୁଟିରେ ଅଛନ୍ତି ତାହlହେଲେ ସେମାନଙ୍କ ଛୁଟି ବାତିଲ କରାଯିବ  ବୋଲି ଜିଲ୍ଲାପାଳ କହିଛନ୍ତି l  ବିଶେଷ କରି ତହସିଲଦାର ଓ  ବିଡ଼ିଓ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି l   ଉପଜିଲ୍ଲାପାଳ ରାୟଗଡ ଏବଂ ଗୁଣପୁର ଏହାର ମନିଟରିଙ୍ଗ କରିବେ  l ସେହିପରି ବନ୍ୟା ବାତ୍ୟା ସମୟରେ

ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, ଆବଶ୍ୟକ, କିରାସିନି, ଚୁଡାଗୁଡ଼, ମହଜୁଦ ରଖିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ସମ୍ଭବନା ଥିବା ଇଲାକାକୁ ଯଥେଷ୍ଟ ଆଗରୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରିବାକୁ ତହସିଲଦାର ଓ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l

 ପଲିଥିଣ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି l ବନ୍ୟା ବାତ୍ୟା ପରେ ରାସ୍ତlଘାତ ସଫା କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବାକୁ ଅଗ୍ନିଶମ୍ମ, ରାସ୍ତା ଓ ଗୃହ , ଗ୍ରାମୀୟ ନିର୍ମାଣ ବିଭାଗକୁ ନିର୍ଦେଶ ଦିଆଯାଇଛି l ସେହିପରି ବିଦ୍ୟୁତ ସେବା ଯୋଗାଇବା ନିମନ୍ତେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆସଯାଇଛି l ସେହିପରି ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗକୁ ବିଶୋଧିତ ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି l

ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l ଆଜି ଏହି ବୈଠକରେ ଜିଲ୍ଲା ସ୍ଥରୀ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଆଦି ଯୋଗଦାନ କରିଥିଲେ l

0
0
0
s2sdefault