ହେଡଲାଇନସ୍:

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ଵର୍ଗତ ରଘୁନାଥ ମହାପାତ୍ରଙ୍କ ସହଧର୍ମିଣୀଙ୍କ ନିକଟକୁ ଶୋକବାର୍ତ୍ତା ପତ୍ର ପଠାଇଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର :  ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ବର୍ଗତ ସାଂସଦ ଓ ସ୍ଥପତି ରଘୁନାଥ ମହାପାତ୍ରଙ୍କ ନାତି ଶ୍ରୀ ସ୍ମିତେଶ ମହାପାତ୍ରଙ୍କୁ  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୋକବାର୍ତ୍ତା ସଂପର୍କରେ ଜଣାଇ ସମବେଦନା ଜ୍ଞାପନ କରିବା ସହ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ରଙ୍କ ହାତରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଶୋକବାର୍ତ୍ତା ପତ୍ରଟିକୁ ପଠାଇ ଦେଇଛନ୍ତି । ଏହି ଅବସରରେ ଦୀପକ ମହାପାତ୍ର ସ୍ବର୍ଗତଃ ରଘୁନାଥ  ମହାପାତ୍ରଙ୍କ ପରିବାରକୁ ଭେଟି  ସୋନିଆ ଗାନ୍ଧୀଙ୍କ ଶୋକବାର୍ତ୍ତା ପତ୍ରଟି ପ୍ରଦାନ କରିଥିଲେ।

ଓଡ଼ିଶାର ସଂସ୍କୃତି, କଳା ଓ ଭାସ୍କର୍ଯ୍ୟକୁ ସାରା ବିଶ୍ବ ଦରବାରରେ ଅଧିକ ଆଦୃତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ସେ କ୍ଷେତ୍ରରେ ଆଜୀବନ ପ୍ରଚେଷ୍ଟା ଜାରିରଖିଥିବା ଖ୍ୟାତନାମା ସ୍ଥପତି ସ୍ବର୍ଗତ ରଘୁନାଥ ମହାପାତ୍ର ଏବଂ ତାଙ୍କର ଦୁଇ ସୁପତ୍ର ପ୍ରଶାନ୍ତ ଓ ଯଶୋବନ୍ତଙ୍କର କରୋନା ଜନିତ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ସ୍ବର୍ଗତଃ ରଘୁନାଥ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ରଜନୀ ମହାପାତ୍ର ଙ୍କ ନିକଟଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି । ଶ୍ରୀମତୀ ଗାନ୍ଧୀ ଏହି ଦୁଃଖଦ ପରିସ୍ଥିତି ପାଇଁ ଗଭୀର ଆବେଗ ପ୍ରକାଶ କରିବା ସହ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ହୃଦୟରେ ଅନୁଭବ କରିଛନ୍ତି ବୋଲି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ରଜନୀ ମହାପାତ୍ରଙ୍କର ସ୍ଵାମୀ ଓ ଦୁଇ ସନ୍ତାନ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ଓ ସୁନାମ ଲାଭ କରିଥିଲେ । ଭବିଷ୍ୟତରେ ସମାଜକୁ ସେମାନେ ଅନେକ କିଛି ଅବଦାନ ଦେବାର ମଧ୍ୟ ଥିଲା । ଏଭଳି ଦୁଃଖଦ ସମୟରେ ସମବେଦନା ଜ୍ଞାପନ କରିବା ପାଇଁ ଆମ ପାଖରେ ଶବ୍ଦ ନାହିଁ । କିନ୍ତୁ ଏହି ଅପୁରଣୀୟ କ୍ଷତିକୁ ସହ୍ୟ କରିବାକୁ ଇଶ୍ବର ତାଙ୍କର ପରିବାରଙ୍କୁ ସାହାସ ଓ ଶକ୍ତି ଦେବାକୁ ଶ୍ରୀମତୀ ଗାନ୍ଧୀ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

0
0
0
s2sdefault