ହେଡଲାଇନସ୍:

ଅଚ୍ୟୁତାନନ୍ଦ ପୀଠ ନେମାଳର ସମସ୍ତ ପୂଜକଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାହାଙ୍ଗା : ଆଜି ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳର ସମସ୍ତ ପୂଜକଙ୍କୁ ଆଜି ଉତ୍ତରୀୟ ଓ ରାସନ୍ ସାମଗ୍ରି ପ୍ରଦାନ କରାଯାଇଛି | ଏ ସହାୟତା ପାଇଁ ପୂଜକମାନେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | 

ଗତ କିଛି ଦିନ ଧରି କରୋନା ପ୍ରଭାବିତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଲଗାତାର ଭାବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାସନ ସାମଗ୍ରୀ ପ୍ରଦାନ କରାଯାଇ ଆସୁଛି | ସ୍ବର୍ଣ୍ଣକ୍ଷେତ୍ରସ୍ଥ ବାପୁଜୀ ଶିଶୁ ଯନ୍ତ୍ର ଅନୁଷ୍ଠାନ(ଅନାଥାଶ୍ରମ) ର ସମସ୍ତ ଅନ୍ତେବାସୀ ଓ ବହୁ ପୁରାତନ କୁଆଁପାଳ ବଜାର ବସ,ଅଟୋ ଷ୍ଟାଣ୍ଡ ରେ ଅଟୋ ଆସୁଏସନ୍ ଏବଂ ମାହାଙ୍ଗା ବଜାର ଅଟୋ ଷ୍ଟାଣ୍ଡର ଅଟୋ ଆସୋସିଏସନଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରିଥିବା ବେଲେ ମାହାଙ୍ଗା  ବ୍ଲକର ଗୋପାଳପୁର, ଭଦ୍ରେଶ୍ୱର୍ ଭଉଁରୀୟା ମସଜିଦର ଏମାମ ଓ ମୋହୋଜନ, ମଦ୍ରାସା ର ମୌଲାନା ଏବଂ ମଦ୍ରାସା ରେ ପଢୁଥିବା ପିଲା ମାନଙ୍କୁ ମଧ୍ୟ  ରେସନ ସାମଗ୍ରୀ ପ୍ରଦାନ କରାଯାଇଥିଲା | ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର  ସମସ୍ତ ଅଟୋ ଚାଳକ ମାନଙ୍କ ସହ ପ୍ରମୁଖ ମନ୍ଦିର, ଗ୍ରାମଦେବତୀ ,ମସଜିଦ ଓ ଦିବ୍ୟାଙ୍ଗ ପିଲାମାନଙ୍କୁ ସର୍ବୋପରି ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣ ପୂର୍ ପଞ୍ଚାୟତ ର ଦିବ୍ୟାଙ୍ଗ ଚାରିଟେବୁଲ୍ ଫାଉଣ୍ଡେସନ ପିଲାମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ଯୋଗାଇଦିଆଯାଇଥିଲା ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ | ନିଜେ କରୋନା ଆକ୍ରାନ୍ତ ଥିବା ବେଳେ ବି  ସେମାନଙ୍କ କଥା ଚିନ୍ତା କରି ସେମାନଙ୍କ ପାଇଁ ରାସନ ସାମଗ୍ରୀ ପଠାଇଥିବା ଯୋଗୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ 

 

0
0
0
s2sdefault