ବୁଗୁଡା: ବିଶିଷ୍ଟ ସମାଜସେବୀ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଣ୍ଡିଆ ର ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା, ଭାରତୀୟ ବୁଦ୍ଧିଷ୍ଟ ସୋସାଇଟି ମହାସଂଘର ଓଡିଶା ରାଜ୍ୟ ଅଧ୍ୟକ୍ଷ ଭାବେ କେନ୍ଦ୍ରୀୟ କମିଟି ଦ୍ୱାରା ମନୋନୀତ ହୋଇଥିବା ଜଣାପଡିଛି। ଶ୍ରୀ ବେହେରା କିଛିଦିନ ପୂର୍ବେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ମଇ ୨୨ ତାରିଖ ଦିନ ଭାରତୀୟ ବୁଦ୍ଧିଷ୍ଟ ସୋସାଇଟି ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈନେନ୍ଦ୍ର କୁମାର ତଥାଗତ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ବାଦୁଆ ଗ୍ରାମର ଡକ୍ଟର କୁମୁଦ ଚନ୍ଦ୍ର ବେହେରାଙ୍କୁ ସଂଗଠନର ଓଡିଶା ରାଜ୍ୟର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି। ଶ୍ରୀ ବେହେରା ବୁଦ୍ଧିଷ୍ଟ ମହାସଙ୍ଘର ରାଜ୍ୟ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବାରୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ
ବୁଦ୍ଧିଷ୍ଟ ସୋସାଇଟି ମହାସଂଘ ରାଜ୍ୟ ଅଧ୍ୟକ୍ଷ ଭାବେ ଡ଼ଃ.କୁମୁଦ ଚନ୍ଦ୍ର ବେହେରା ମନୋନୀତ।
- Hits: 1340