ଦଶ କେଜି ଗଞ୍ଜେଇ ଜବତ, ତିନି ଜଣ କୋର୍ଟ ଚାଲାଣ ।
ପଦ୍ମପୁର-ମହାମାରୀ କରୋନା ରେ ସମଗ୍ର ପଦ୍ମପୁର ଉପଖଣ୍ଡ ସଟଡାଉନ ଥିବାବେଳେ ଏଇ ମୈାକା ରେ ଏକ ସୁଇପ୍ଟ ଡିଜାୟାର ଗାଡ଼ିରେ ଗଞ୍ଜେଇ କାରବାର କରୁଥିବା ସମୟ ରେ ତିନିଜଣ ଗଞ୍ଜେଇ ବେପାରୀ କୁ କାବୁ କଲା ପଦ୍ମପୁର ପୋଲିସ l ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ ଏସ୍.ପି ଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଆଇ.ଆଇ.ସି ରାଜେନ୍ଦ୍ର ସିଆଲ ପଦ୍ମପୁର ଅଞ୍ଚଳ ରେ ଯାଉଥିବା ଆମବାହାଲ-ଜମଲା ରାସ୍ତାରେ ଛକି ରହିଥିବା ସମୟ ରେ ସୁଇପ୍ ଡିଜାର୍ କାର ନଂ-ଓ.ଡି-୧୫ ଆର-୦୮୨୧ କୁ କାବୁ କରି ଗାଡ଼ି ଭିତରୁ ଖବର ମୁତାବକ ଗାଡ଼ି ସମେତ ୧୦କି ଲୋଗ୍ରାମ ଓଜନ ର ଗଞ୍ଜେଇ, ଗୋଟିଏ କି-ପେଡ ମୋବାଇଲ ଫୋନ, ଗୋଟିଏ ରେଡମି ନୋଟ ୫ ମୋବାଇଲ, ଗୋଟିଏ ଭିବୋ ୧୮୧୮ ମୋବାଇଲ ସହ ନଗଦ ୧୫୦୦ ଟଙ୍କା ଜବତ କରି ଅଭିଯୁକ୍ତ ଆସାମୀ ପୋଲିସ ଷ୍ଟେସନ ଭେଡେନ ବୁର୍ଦା ଗ୍ରାମର ଚିନ୍ମୟ ମଲ୍ଲିକ , ମେଲଛାମୁଣ୍ଡା ଥାନା ଅମାମୁଣ୍ଡା ଗ୍ରାମର ନାରାୟଣ ତାଣ୍ଡି, ବୌଦ୍ଧ ଜିଲ୍ଲା ବାଉଶୁଣୀ ଥାନା ଅଇଁଲାପାଲି ଗ୍ରାମର ଦୁଃଖନାଶନ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢାଉରେ ଏସଆଇ ସୌମ୍ୟରଂଜନ ପାତ୍ର,ଏସଆଇ ରବିନ୍ଦ୍ର ହେମରମ,ହାବିଲଦାର ପ୍ରେମାନନ୍ଦ ସାହୁ,କନେଷ୍ଟବଳ ଉଦୟ ମହାପାତ୍ର, ପ୍ରକାଶ ପ୍ରଧାନ ସାମିଲ ଥିଲେ ।