ହେଡଲାଇନସ୍:

ଲୋକଙ୍କୁ ସଚେତନ କରେଇବା ସହିତ ରିଲିଫ ବାଣ୍ଟିଲେ ଆଇନ ସେବା ପ୍ରାଧିକରଣ ଓ ସ୍ବେଛାସେବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋରୋନା ମହାମାରୀ ସମୟରେ ଲୋକଙ୍କର ସମ୍ମୁଖରେ ମହାମାରୀକୁ ରୋକିବା ଓ ଜୀବିକା ଏହି ଦୁଇ ଗୋଟି ମୁଖ୍ୟ ସମସ୍ୟା ରହିଛି । ମୁଖ୍ୟତଃ ଗରିବ , ଦିନମଜୁରିଆ ଲୋକଙ୍କ ପାଇଁ ବର୍ତ୍ତମାନ ର ସମୟ ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ଦେଶର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ଲକଡାଉନ କିମ୍ବା ସଟଡାଉନ । ଗ୍ରାମାଞ୍ଚଳ ମାନଙ୍କରେ ରୋଗ ଲୋକଙ୍କୁ ଭୟଭୀତ କରୁଥିବା ବେଳେ ରୋଜଗାର ର ସମ୍ଭାବନା କମି ଗଲାଣି । ଯାହାଫଳରେ ଅନେକ ସମସ୍ୟା ଦେଖାଦେଲାଣି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାର ଙ୍କର ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଆଗେଇ ଆସୁଛନ୍ତି ଲୋକଙ୍କ ସେବା କରିବା ପାଇଁ । 

ଏହିକ୍ରମରେ ଆଜି କଲିକତାର ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାଏ ଓ ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ପାଇକମାଲ ନିକଟସ୍ଥ ମାଗୁରମାଲ ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ପୂର୍ବରୁ ଚିନ୍ହିତ କରାଯାଇଥିବା ଗରିବ ଶ୍ରେଣୀର ଲୋକଙ୍କୁ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର , ଏଇ ଏଇ ସି ଶ୍ରୀ ବିଶ୍ୱଜିତ ମନବୋଧ ତଥା ଯୁବ ବ୍ୟବସାୟୀ ଶ୍ରୀ ସୁମିତ କୁମାର ଅଗ୍ରୱାଲ ରିଲିଫ ବଣ୍ଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମାଗୁରମାଲ ଗ୍ରାମର ଅଧିକାଂଶ ଲୋକ ବାଉଁଶ ରୁ ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରିଥାନ୍ତି ହେଲେ ବର୍ତ୍ତମାନ ବଜାର ବନ୍ଦ ଥିବାରୁ ସେମାନଙ୍କର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଶୁଖିଲା ଖାଦ୍ୟ ସହିତ ଅନୁଷ୍ଠାନ ତରଫରୁ ସମସ୍ତ ଙ୍କୁ ମାକ୍ସ ବଣ୍ଟନ ମଧ୍ୟ କରାଯାଇଥିଲା । 

 ସେହିଭଳି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ସଚେତନତା ରଥ ମାଧ୍ୟମରେ ପାଇକମାଲ ବ୍ଲକ ର ଖଲାବାହାଲ ଗ୍ରାମରେ ଲୋକଙ୍କୁ ସଚେତନ କରାଯିବା ସହିତ ପଦ୍ମପୁର ସବଜଜ ଅଭିନନ୍ଦିତା ପଣ୍ଡା ,  ଏସ ଡି ଜେ ଏମ ଚନ୍ଦନା ,  ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ, ଯୁବ ବ୍ୟବସାୟୀ ଶ୍ରୀ ସୁମିତ ଅଗ୍ରୱାଲଙ୍କର ଦ୍ୱାରା ଗ୍ରାମର ଗରିବ ଶ୍ରେଣୀର ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା । ଉଭୟ ବିଚାରପତି ଲୋକଙ୍କୁ ସବୁବେଳ ମାକ୍ସ ପିନ୍ଦିବା ପାଇଁ , ଅନାବଶ୍ୟକ ଭାବରେ ଘରୁ ନ ବାହାରିବା ତଥା ବାରମ୍ବାର ହାତ ଭଲଭାବରେ ଧୋଇବା ପାଇଁ କହିବା ସହିତ କୋରୋନା ମହାମାରୀ  ବାବଦରେ ବୁଝାଇଥିଲେ ।

0
0
0
s2sdefault